 |
Delang News |
ଡେଲାଙ୍ଗ--- ଡେଲାଙ୍ଗ ଷ୍ଟେସନ ପିଡିକେ ରାସ୍ତା ପାଶ୍ୱର୍ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ସୁଶାନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ ଘାଟନୀ ଉତ୍ସବରେ ରାଧାକାନ୍ତ ବିଦ୍ୟାପୀଠର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗନ୍ଦର୍ବ ଜେନା ଯୋଗଦେଇ ବିଜ୍ଞାନ ମେଳାକୁ ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେରବୋଇ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ, ରାଧାକାନ୍ତ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ୱାଳ, ବିଦ୍ୟାଳୟର ପ୍ରଦାନ ଆଚାର୍ଯ୍ୟ ନବ କିଶୋର ମହାପାତ୍ର, ପ୍ରାକ୍ତନ ସମ୍ପାଦକ କିଶୋର ପ୍ରଧାନଙ୍କ ସହ ବିଦ୍ୟାଳୟର ଗୁରମା ଗୁରୁଜୀ ମାନେ ଉପସ୍ଥିତ ରହିଥିଲେ । ଉକ୍ତ ମେଳାରେ ୧୨୮ଟି ବିଜ୍ଞାନ ସମ୍ବନ୍ଦୀୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଅପରାହ୍ନରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ଡ. ବସନ୍ତ କୁମାର ଦାଶ ସଭାପତିତ୍ୱରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରଷ୍ୂୃତ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି