Breaking News

ଗୋପବନ୍ଧୁଙ୍କ ଷଠୀ ଘରକୁ ପକ୍କା ରାସ୍ତା ତିଆରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ମିଳିଲା


ସାକ୍ଷୀଗୋପାଳ ---- ସତ୍ୟବାଦୀ ବ୍ଳକ ସୁଆଣ୍ଡୋ ଗ୍ରାମ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମପୀଠକୁ ରାସ୍ତାର ନବୀକରଣ  ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ  ଅର୍ଥ ମଞ୍ଜୁର ମିଳିଥିବା  ନିମାପଡା ଜଳସମ୍ପଦ ବିଭାଗର ନିର୍ବାହୀଯନ୍ତ୍ରୀ ଶଶିଭୂଷଣ ମିଶ୍ରଙ୍କ ଠାରୁ ସୂଚନା ମିଳିଛି ।  ଏହି ରାସ୍ତା ଦୀର୍ଘ ଦିନ ହେବ ଅବହେଳିତ ଅବସ୍ଥାରେ ପଡି ରହିଥିଲା   । ଯୁଆଡେ ଦେଖିବ ସିଆଡେ ଖାଲଖମାରେ ପରିପୂର୍ଣ୍ଣ  । ଏପରିକି ଖାଲି ପାଦରେ ଚାଲିକି ଯିବା କଷ୍ଟକର ହୋଇପଡିଛି  । ଏଥିପାଇଁ  ଅର୍ଥ ବାଧକ ସାଜିଥିଲା  । ରାଜ୍ୟ ସକରାରଙ୍କ ପାଖରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ଅର୍ଥ ମଞ୍ଜୁର କରିବାରେ ମୁଖ୍ୟ ଭୂମିକା ନେଇଥିଲେ ବିଧାୟକ ଉମାକାନ୍ତ ସାମନ୍ତରାୟ  । ଆଜି ତାଙ୍କ  ପ୍ରଚେଷ୍ଟା ଫଳରେ ଉକ୍ତ ରାସ୍ତା ପାଇଁ ଅର୍ଥ ମଞ୍ଜୁର ହୋଇପାରିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଆଲେଚନା ହେଉଛି ।   ସୁଆଣ୍ଡୋ ଗ୍ରାମଟି  ସତ୍ୟବାଦୀ ବ୍ଳକ ଅଧୀନରେ ଯାଉଥିଲେ ମଧ୍ୟ ରାସ୍ତା ଟି ନିମାପଡା ଜଳସମ୍ପଦ ବିଭାଗ ଅଧିନରେ ରହିଛି । ଭାର୍ଗବୀ ନଦୀର ବାମପାଶ୍ୱର୍ ନଦୀ ବନ୍ଧ ଓ କେନାଲ ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି । ଅନ୍ୟ ପକ୍ଷେ ବିଭିନ୍ନ ଗବେଷକ, ସହିତ୍ୟକ, ପର୍ଯ୍ୟଟକ ମାନେ ଗୋପବନ୍ଧୁଙ୍କ ଷଠୀ ଘର ପରିଦର୍ଶନ କରିବାକୁ ଆସିବା ସମୟରେ ରାସ୍ତାର ଅବସ୍ଥା ଦେଖି ରାଜ୍ୟ  ସରକାରଙ୍କୁ କଟୁ ସମାଲେଚନା କରିବାକୁ ପଛେଇ ନଥିଲେ  । ଏହାକୁ ନଜର କରି ସ୍ଥାନୀୟ ବିଧାୟକ ଶ୍ରୀ  ସମାନ୍ତରାୟ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦ୍ୱାରା ରାସ୍ତା ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ସାଧାରଣ ନିର୍ବାଚନ ଆଗରୁ କରିଥିଲେ  । ସୁଆଣ୍ଡୋ ବ୍ରିଜ ଠାରୁ ନଦୀ ବନ୍ଧ ରାସ୍ତା କିଛି କାମ ହେବା ପରେ ଅର୍ଥ ଅଭାବରୁ ରାସ୍ତା କାମ ବନ୍ଦ ହୋଇ ଏବେବି ପଡି ରହିଛି  ।  ବିଭାଗୀୟ ନିର୍ବାହୀଯନ୍ତ୍ରୀ ଶ୍ରୀ ମିଶ୍ର କହନ୍ତି ଅଧା ହୋଇ ପଡିଥିବା ସୁଆଣ୍ଡୋ ବ୍ରିଜ ଠାରୁ ଗୋପବନ୍ଧୁଙ୍କ ଗ୍ରାମ ପର୍ଯ୍ୟନ୍ତ ରାସ୍ତା ପାଇଁ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି ବହୁ ଶ୍ରିଘଭଲ ରାସ୍ତା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts