 |
Sakhigopal news |
ସାକ୍ଷୀଗୋପାଳ ----ସମାଜ ରିଲଫ କମିଟି ପକ୍ଷରୁ ସତ୍ୟବାଦୀରେ ନଡିଆ ଚାରା ବଣ୍ଟନ କରାଯାଇଛି । ସତ୍ୟବାଦୀ ବ୍ଳକର ବଳପୁର, ବିଦ୍ୟାଧରପୁର ଓ ସାରଙ୍ଗଯୋଡି ଗ୍ରାମ ପଞ୍ଚାୟତରେ ରବିବାର ଦିନ ନଡିଆ ଚାରା ବଣ୍ଟନ କରାଯାଇଛି । ବଳପୁର ଗ୍ରାମ ପଞ୍ଚାୟତରେ ୩ହଜାର ଓ ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତରେ ୧୮୪୨ଟି ନଡିଆ ଗଛ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକମକୁ ରିଲିଫ କମିଟିର ସମ୍ପାଦକ ଡ, ପ୍ରଭାସ ଆଚାର୍ଯ୍ୟ , ସାମ୍ବାଦିକ ଧୀରେନ୍ଦ୍ର ନାଥ ଦାସ, ସରପଞ୍ଚ ତ୍ରିନାଥ ମହାପାତ୍ର, ରଶ୍ମିତା ପ୍ରଧାନ, ସମାଜସେବୀ ବନମାଳୀ ଦାଶ, ନାଏବ ସରପଞ୍ଚ ସୁରେନ୍ଦ୍ର ବେହେରା, ଗୋବିନ୍ଦ୍ର ମହାପାତ୍ର , ସତ୍ୟବାଦୀ ଦାଶ, କ୍ଷେତ୍ରମୋହନ ବରାଳ ଉପସ୍ଥିତ ରହିଥିଲେ । ସେହିପରି ସାରଙ୍ଗଯୋଡି ପଞ୍ଚାୟତରେ ୨୫୦୦ ନଡିଆ ଗଛ ବଣ୍ଟନ କରାଯାଇଛି । ସରପଞ୍ଚ ସଞ୍ଚଳା ପାଣୀ, ଲକ୍ଷ୍ମୀଧର ମିଶ୍ର, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରତି ପରିବାର ପାଖରେ ଏହି ନଡିଆ ଗଛ ପହଞ୍ଚାଇଥିାଲେ ।ରିଲିଫ କମିଟିର ସଭାପତି ନିରଞ୍ଜନ ରଥଙ୍କ ପରାମର୍ଶରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି