 |
Sakhigopal News |
ସାକ୍ଷୀଗୋପାଳ ------ ବିଜ୍ଞାନ ଆମକୁ ଛାଡି ରହି ପାରିବ ନାହିଁକି ଆମେ ବିଜ୍ଞାନକୁ ଛାଡି ରହି ପାରିବା ନାହିଁ ବୋଲି ସତ୍ୟବାଦୀ ବ୍ଳକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ୨୩ତମ ବିଜ୍ଞାନ ମେଳାରେ ମୁଖ୍ୟ ଅତିଥିଭାବେ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ ଯୋଗ ଦେଇ ମତ ପ୍ରକାଶ କରିଥିଲେ । କହିଥିଲେ । ଏହି ବିଜ୍ଞାନ ମେଳାକୁ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ ଯୋଗଦେଇ ମା ସରସ୍ୱତୀ ଓ ଭାରତମାତାଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ଅନୁନିରୀକ୍ଷକ ଜୟନ୍ତ କୁମାର ତ୍ରିପାଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଉମେଶ ଚନ୍ଦ୍ର ବିଶ୍ୱାଳ, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ପରିଡା, ଶିକ୍ଷକ ସୁନୀଲ କୁମାର ବେହେରା ପ୍ରମୁଖ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ବିଜ୍ଞାନ ସମ୍ମନ୍ଦୀୟ ବିଭିନ୍ନ ଶିକ୍ଷଣୀୟ କଥା କହିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରଫୁଲ କୁମାର ବଡଜେନା, ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୪ଟି ବିଭାଗ କରାଯାଇଥିବା ବେଳେ୧୧୪ ଟି ବିଜ୍ଞାନ ପ୍ରକଳ୍ପ ସ୍ଥାନ ପାଇଥିଲା । ବିଦ୍ୟାଳୟର ଗୁରୁମା ରାଜଲକ୍ଷ୍ମୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି