Breaking News

ସ୍ୱାଧୀନତାର ୭୩ ବର୍ଷ ପରେ ବି ଗ୍ରାମକୁ ରସ୍ତା ଓ ପାନୀୟଜଳ


 N das
Atabira news
  ବରଗଡ଼ --------  ସ୍ବାଧୀନତାର   ୭୩ ବର୍ଷ ପରେ ବି ଗ୍ରାମକୁ ରାସ୍ତା ନାହିଁ କି ପାନୀୟଜଳ ନାହିଁ ।  ଏହାକୁ ଲଜାକର ଆଉ  ବୋଧହୁଏ କିଛି ନ ଥିବ । ଅନ୍ୟ ପକ୍ଷରେ ରାଜ୍ୟ ସରକାର ୨୦୨୦ ସୁଦ୍ଧା ସଦର ମହକୁମା ସହିତ ଗ୍ରାମ ରାସ୍ତା ସଂଯୋଗ ଓ ଆଲୋକୀ କରଣ ସହିତ ପ୍ରତି ଘରକୁ ପାନୀୟଜଳ ଯୋଗାଇ ଦେବାକୁ ଘୋଷଣା । ଏହା ଏମନଙ୍କ ପାଇଁ  ବିଜେଡି ସରକାର ଥଟ୍ଟା ପରିହାସ କରିବା ପରି ଲାଗିଛି ।
 ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଟାମ୍ପରସରା ପଞ୍ଚାୟତ ଗମ୍ଭାରୀପାଲି ଗାଁର ଲିଆଖାଇଟିକ୍ରା ପରଡ଼ିଆ ପଡାର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।ଏହି ପଡାଟି ଶତାୟୁ ବର୍ଷରୁ ଉର୍ଦ୍ଧ୍ବ ହେବ ଅବସ୍ଥାପିତ ହୋଇଥିଲେହେଁ ଆଜି ପର୍ଯନ୍ତ ଏହି ପଡାକୁ ରାସ୍ତାଟିଏ ନାହିଁ କି ପାନୀୟଜଳ ଜଳର ବ୍ୟବସ୍ଥା  ନାହିଁ। ପୋଖରୀ ଅଛି ପାଚେରୀ ନାହିଁ କି ଗାଧୁଆ ତୁଠ ଟିଏ ନାହିଁ। ପାନୀୟ ଜଳ ସକାଶେ ଗୋଟିଏ ନଳକୂପ ରହିଛି । ସେଥିରୁ ଲୁହାଳିଆ ଓ ନାଳିଆ ପାଣି ବାହାରୁଥିବାରୁ ପଡାର ଲୋକେ ବାଧ୍ୟହେଇ କୂଅ ଓ ପୋଖରୀ,ଗାଡ଼ିଆ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି।ପ୍ରାଥମିକ ଶିକ୍ଷାକେନ୍ଦ୍ର ତ ତେଣିକି ଥାଉ ଅଙ୍ଗନବାଡି କେନ୍ଦ୍ର ଟିଏ ନାହିଁ ।  ଆଣ୍ଠୁଏ କାଦୁଆରେ ପିଲାଏ ଶିକ୍ଷାଦାନ ନିମନ୍ତେ ପ୍ରାୟ ୨କିଲୋମିଟର ଯିବାକୁ ପଡ଼ୁଥିବାରୁ କୁନି କୁନି ପିଲା ମାନଙ୍କ ପାଇଁ ତାହା ସମ୍ଭବ ହେଇପାରୁନାହିଁ।  କଂକ୍ରିଟ କରଣ ରାସ୍ତାଟିଏ ଓ ପାନୀୟଜଳ ସକାଶେ ବାରମ୍ବାର ଅଭିଯୋଗ ହେଇ ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ସ୍ଥାନୀୟ ପଡା ବାସୀ କହନ୍ତି।ସ୍ଥାନୀୟ ବାସିନ୍ଦା ଏବିଷୟରେ  ସରପଞ୍ଚ ଗୀତା ସେଠ,ସମିତିସଭ୍ୟ ରିସ୍ମା ସେଟ, ୱାର୍ଡ ମେମ୍ବର ରିତା ପଧାନଙ୍କୁ ମଧ୍ୟ ଅନେକ ଥର ଦୃଷ୍ଟି ଆକର୍ଷଣ କରୁଥିଲେହେଁ ଆଜି ପର୍ଯନ୍ତ କୌଣସି ସୁଫଳ ମିଳି ପାରିନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।  ଚଳିତ  ବର୍ଷା ଋତୁରେ ଛାତ୍ର ଛାତ୍ରୀ ତଥା ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାରହେଉଥିବା ଜଣାପଡିଛି।କେବଳ ବର୍ଷା ଦାଉ ସାଧୁନାହିଁ ପଡାରେ ପାନୀୟଜଳ ଉତ୍କଟ ମଧ୍ୟ ଆବହାମ କାଳରୁ ଦେଖାଦେଇଛି। ଖାଲି ସେତିକି ନୁହେଁ ଏହି ପଡାକୁ ଆମ୍ବୁଲାନ୍ସ ପହଞ୍ଚି ପାରେନାହିଁ।ଯାହାକି ରୋଗୀ କିମ୍ବା ଗର୍ଭବତୀ ମହିଳାମାନଙ୍କୁ ଖଟିଆରେ ବୋହି ନେବାକୁ ପଡିଥାଏ।ଜିଲ୍ଲାପାଳ ଅତାବିରା ବ୍ଲକକୁ ଆସି   ଜନ ଶୁଣାଣୀ କରି ଫେରିଯାଇଥାନ୍ତି । ଗୋଟିଏ ପଡ଼ାକୁ ଯଦି ଜିଲ୍ଲାପାଳ ଗସ୍ତ କରି   ଗାଁ ଗଣ୍ଡା କେମିତି ଅଛି,ଲୋକେ କିପରି ଭାବେ ବସବାସ କରୁଛନ୍ତି , ସାଧାରଣ  ଲୋକମାନେ ସେମାନଙ୍କର ମୈଳିକ  ସୁବିଧା ପାଉଛନ୍ତି କି ନାହିଁ  ନଜର ଦେଇଥାନ୍ତେ ତା ହେଲେ ଅତାବିରା ବ୍ଲକ ରେ ଥିବା ବହୁ ପଡା ଗ୍ରାମର  ନକ୍ସା ବଦଳି ଯାଆନ୍ତାଣି ବୋଲି ବୁଦ୍ଧିଜୀବୀମାନେ କହନ୍ତି ।   
ବରଗଡ଼ରୁ ନବୀନ ଦାଶ

Blog Archive

Popular Posts