ସରକାରୀ ସ୍କୁଲରେ ଭୁତ ଛାତ୍ର ଛାତ୍ରୀ ଖାଉଛନ୍ତି ମଧ୍ୟାହ୍ନଭୋଜନ
କନ୍ଧମାଳ ----- କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ପାରିଗଡ଼ ପଞ୍ଚାୟତ ଅନ୍ତର୍ଗତ ବାଲିଗାଡା ପ୍ରାଥମିକ ବିଦ୍ୟାଳୟରେ ଏବେ ଭୂତ ଛାତ୍ର ଦେଖିବାକୁ ମିଳିଛି । ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ହାଜିରା ପଢୁଛି ୩୫ ଜଣ । ଆସୁଛନ୍ତି ୫ ଜଣ ଛାତ୍ରଛାତ୍ରୀ । ଏହି ୫ ଜଣ ଛାତ୍ରଛାତ୍ରୀ ଏବେ ଉପାସରେ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ବିଦ୍ୟାଳୟ ମଧ୍ୟାହ୍ନ ରେଜିଷ୍ଟ୍ରର ଲେଖାହେଉଛି ପ୍ରତିଦିନ ସ୍କୁଲରେ ପିଲା ଖାଉଛନ୍ତି ।ରୋଷେଇ ଘର ସବୁଦିନ ତାଲା ପଡିଛି ବୋଲି ଅଭିଭାବକମାନେ କହନ୍ତି । ପ୍ରଧାନ ଶିକ୍ଷକ ଓ ଶିକ୍ଷକ ମଧ୍ୟରେ ମଧୁଚଦ୍ରିକା ଥିବାର ଜଣାଯାଏ । ପନ୍ଦର ଦିନ ଭାଗବଣ୍ଟାରେ ଚାଲିଛି ସ୍କୁଲ ମଧ୍ୟାହ୍ନ ଭୋଜନ ଅର୍ଥ ଶୁଣିବାକୁ ମିଳୁଛି । ଲକ୍ଷ ଲକ୍ଷ ଟଙ୍କାର ଚାଉଳ ଡାଲି ଆଳୁ ହିସାବ ଦିଆଯାଇ ପ୍ରଧାନ ଶିକ୍ଷକ ଓ ଶିକ୍ଷକ ଟଙ୍କାକୁ ଭାଗ ବାଣ୍ଟୁଛନ୍ତି ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପଚାରିବାରୁ ସ୍ଲଲରେ ଚାଉଳ ସରିଯାଇଛି ଏଣୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଛି ବୋଲି ଦାୟିତ୍ଵରେ ଥିବା ଶିକ୍ଷକ କହିଛନ୍ତି ବୋଲି ଛାତ୍ରଛାତ୍ରୀ ମାନେ କହନ୍ତି । ଖାତାରେ ଲେଖାହେଉଛି ପ୍ରତିଦିନ ମଧ୍ୟାହ୍ନ ଭୋଜନ ଦିଆହେଉଛି ବୋଲି ଉଲ୍ଲେଖ କରାଯାଇଛି । ଏନେଇ କୋଟଗଡ଼ ବ୍ଲକ ଶିକ୍ଷା ଅଧୀକାରିଙ୍କୁ ପଚାରିବାରୁ କିଛି ଏଭଳି ହେଉନଥିବାର କହନ୍ତି । ଗ୍ରାମବାସୀ ଓ ଅଭିଭାବକମାନେ କହିଛନ୍ତି ବିଦ୍ୟାଳୟରେ ଭୂତ ପିଲାଙ୍କୁ ଧରାଯାଉ ଓ ମଧ୍ୟାହ୍ନଭୋଜନ ଅର୍ଥ ହେରଫେର କରିଥିବା ଶିକ୍ଷକ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆନଗଲେ ରାଜରାସ୍ତାକୁ ଓଲ୍ଲାଇବେ ଏଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବେ ବୋଲି ଅଭିଭାବକମାନେ କହିଛନ୍ତି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ