ଲକ୍ଷାଧିକ ଟଙ୍କାର ପଲିଥିନ୍,ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ
ବାଲିଗୁଡା -------- କନ୍ଧମାଳ ଜିଲ୍ଲା ବାଲିଗୁଡା ଏନ୍ଏସି ପକ୍ଷରୁ ବାଲିଗୁଡା ଇଲେକ୍ଟ୍ରି ସାହିର ଟୁକୁନା ପାତ୍ରଙ୍କ ଗୋଦାମଘରେ ଅଚାନକ ଚଢାଉ କରାଯାଇଛି । ସେଠାରୁ ଲକ୍ଷାଧିକ ଟଙ୍କାର ପଲିଥିନ୍,ଗୁଟୁଖା ଓ ପ୍ଲାଷ୍ଟିକ ସାମଗ୍ରୀ ଜବତ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଲିଗୁଡା ଏନ୍ଏସି ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ସହରବାସୀଙ୍କୁ ବାରମ୍ବାର ସଚେତନତା କରାଯାଇଥିଲା । କିନ୍ତୁ ଏହାକୁ ଭୃକ୍ଷେପ ନକରି ଏବେବି ଅନେକ ବ୍ୟବସାୟୀ ବେଆଇନ୍ ଭାବେ ବ୍ୟବସାୟ ଚଳାଇ ଆସୁଛନ୍ତି । ଟୁକୁନାପାତ୍ରଙ୍କ ଗୋଦାମ ଘରେ ବିପୁଳ ପରିମାଣର ପଲିଥିନ୍,ଗୁଟୁଖା,ପ୍ଲାଷ୍ଟିକ୍ ସାମଗ୍ରୀ ଜବତ କରିବାସହ ପଚାଶ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବବୋଲିି ଅନୁମାନ କରାଯାଉଛି । ବର୍ତମାନ ସମସ୍ତ ଜିନିଷ କୁ ଯାଞ୍ଚ୍ କରିବାପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଦାୟିତ୍ୱରେ ଥିବା ଏକଜୁକୁଟିଭ୍ ମାଜିଷ୍ଟ୍ରେଟ ଦେବେନ୍ଦ୍ର କୁମାର ସାହୁ ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କ ଠାରୁ ପ୍ରକାଶ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ୍