ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ସଚେତନ ଧର୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ମଧୁବନ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ତରଫରୁ ଏକ ସଚେତନ ଧାର୍ମୀ କାର୍ଯ୍ୟକ୍ରମ ନିଶାମୁକ୍ତ ସମାଜ ଓ ସବୁଜ ପୃଥିବୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗୋପବନ୍ଧୁ ଦାସ ଓ ସୁବାଷ ବୋଷ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଆଲୋଚନା ଆରମ୍ଭରେ ଅତିଥି ମାନେ ଭାରତମାତା ଓ ବିବେକାନନ୍ଦଙ୍କ ଫଟୋଚିତ୍ର ରେ ପୁଷ୍ପ ମଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରିବା ପରେ ବନ୍ଦେ ମାତରଂ ଗାନ କରାଯାଇ ଥିଲା। ବିଦ୍ୟାଳୟର ଶିକ୍ଷକ ଶରତ ଚନ୍ଦ୍ର ଶତପଥୀ ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ। ସଭାପତିତ୍ବ କରିଥିଲେ ଭରତ ବିକାଶ ପରିଷଦ ର ରାଜ୍ୟ ସଭାପତି ସତ୍ୟବାଦୀ ଦାସ। ମଞ୍ଚ ପରିଚାଳନା କରିଥିଲେ ଶାଖା ସଚିବ ବିଜୟ କୁମାର ପରିଡ଼ା। ବର୍ତ୍ତମାନ ସମାଜରେ ପାନ,ସିଗାରେଟ, ଗୁଟୁକା ସହିତ ମଦ ସେବନର କୁପରିଣାମ କିପରି ଭୟଙ୍କର ସମସ୍ୟା ସୃଷ୍ଟି କରୁଛି , ଅତିଥି ମାନେ ଆଲୋକପାତ କରିଥିଲେ। ନିଶା ମୁକ୍ତ ଜୀବନ ସୁସ୍ଥ ସମାଜ ଗଠନ ରେ କିପରି ସହାୟକ ହେବ ତାହା ବୁଝାଇ ଥିଲେ। ବୃକ୍ଷ ରୋପଣ କରି ସବୁଜ ପୃଥିବୀ ଗଠନ ଓ ପ୍ଲାଷ୍ଟିକ ମୁକ୍ତ ପରିବେଶ ପାଇଁ ଯୋଗ ଦେଇଥିବା ସମସ୍ତ ଅତିଥି ମାନେ ଗୁରୁତ୍ଵ ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ନିଶାକୁ ନା କହି ଶପଥ ନେଇଥିଲେ। ବିଦ୍ୟାଳୟ ପରିସରରେ କୋଡ଼ିଏ ଗୋଟି ଫଳ ଓ ଫୁଲ ଚାରା ରୋପଣ କରାଯାଇ ଥିଲା। ଏଥିରେ ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ର ସମ୍ପର୍କ ସଚିବ ନବଘନ ଶତପଥୀ, ସେବା ସଚିବ ଦେବରାଜ ନାୟକ, ପାର୍ଯ୍ୟବରଣ ସଚିବ ବିଭୁ ପ୍ରସାଦ ମହାପାତ୍ର ଓ ସଂଗ୍ରାମ ମହାପାତ୍ର ଯୋଗ ଦେଇ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ। ବିଦ୍ୟାଳୟର ଦୁଇ ଜଣ ଛାତ୍ରଛାତ୍ରୀ ବାଳକୃଷ୍ଣ ରାଉତ ଓ ସ୍ୱୟମ ଶ୍ରୀ ପଣ୍ଡା ନିଜର ସୁନ୍ଦର ଅଭିମତ ରଖିଥିଲେ। ପିଲାମାନଙ୍କୁ ଗୀତା ବହି ଓ କଲମ ଉପ ହାର ଦିଆଯାଇ ଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୮/୨୦୨୫----୯,୧୦ Sakhigopal News,2/8/2025