Breaking News

ଜାତୀୟ ରକ୍ତଦାତା ଦିବସରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

 


ବରଗଡ----- ବରଗଡ ଜିଲ୍ଲା ପୁରୁଣା ଡାକ୍ତରଖାନା ପରିସରରେ ଜାତୀୟ ରକ୍ତଦାତା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବରଗଡ ରକ୍ତଭଣ୍ଡାର ଅଧିକାରୀ ଡାଃ ସୁଶାନ୍ତ କରଙ୍କ ତତ୍ବାବଧାନରେ  ସମ୍ପାଦିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ନିରୁପମା ଷଡଙ୍ଗୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଡାଃ ସୁବାଷ ଅଗ୍ରୱାଲ ଓ ବରଗଡ ଜିଲ୍ଲା ଜୀବନ ବିନ୍ଦୁ ମୋ ପରିବାର ର ମୁଖ୍ୟ ସଂଯୋଜକ ଗୌରହରି ମିଶ୍ର ଯୋଗ ଦେଇ ରକ୍ତଦାତା ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ରକ୍ତଭଣ୍ଡାର ପରିସରରେ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବରଗଡ଼ ଜିଲ୍ଲାର ବିଭିନ୍ନ ରକ୍ତଦାତା ସଂଗଠନ ତଥା ନିଷ୍ଠା ପରିବାର, ସଂକଳ୍ପ ପରିବାର, ଅମୃତ କୁଟୁମ୍ ଭେଡେନ, ସେବା ପରିବାର, ତ୍ରିରଙ୍ଗା କ୍ଲବ, ମାରୱାଡି ଯୁବାମଞ୍ଚ ଓ ଆହୁରି ଅନେକ ସଂଗଠନର ମୁଖ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । ଆଗାମୀ ଦିନରେ ଜିଲ୍ଲାରୁ ଅଧିକରୁ ଅଧିକ ରକ୍ତ ସଂଗ୍ରହ କରାଯାଇପାରିବ ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଏଥିରେ ବରଗଡ ଜିଲ୍ଲା ଜୀବନ ବିନ୍ଦୁ  ଓଡିଶା ପରିବାର ମୁଖ୍ୟ ଗୌରହରି ମିଶ୍ର ଏହିପରି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତ ସଂଗଠନ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାଃ ନିରୁପମା ଷଡ଼ଙ୍ଗୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଆଗାମୀଦିନରେ ଏହି କାର୍ଯ୍ୟକ୍ରମକୁ ବର୍ଷକୁ ଦୁଇଥର କରିବା ପାଇଁ ଅନୁରୋଧ କରିଥିଲେ । ସମସ୍ତ ସଂଗଠନ ପକ୍ଷରୁ ସମ୍ମତି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ବରଗଡ ରକ୍ତଭଣ୍ଡାର ର ଅମରଜିତ ମହାନ୍ତି ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ଅମରଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨/୧୦/୨୦୨୪---୧୧,୨୫ Sakhigopal News,2/10/2024

Blog Archive

Popular Posts