ଲରମ୍ଭା କଲେଜର ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ; ପରିଦର୍ଶନ କଲେ ଆଞ୍ଚଳିକ ନିର୍ଦ୍ଦେଶାଳୟ ଅଧିକାରୀ
ବରଗଡ଼ --- ବରଗଡ ଜିଲ୍ଲା ଅତାବିରା ବ୍ଲକ ସ୍ଥିତ ଲରମ୍ଭା କଲେଜରେ ଚାଲିଥିବା' ନୂଆ ଓ' ସମନ୍ବିତ ଯୁବବିକାଶ କାର୍ଯ୍ୟକ୍ରମର ପରିଦର୍ଶନରେ ସମ୍ବଲପୁର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶିକା ଡଃ ପ୍ରଭାବତୀ ଗୁରୁ ଓ ଆଞ୍ଚଳିକ ଶିକ୍ଷା ଉପ ନିର୍ଦ୍ଦେଶକ ଡଃ ଉମାଶଙ୍କର ଦାଶ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ବିଭିନ୍ନ କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ତଦାରଖି କରିଥିଲେ । ଉପସ୍ଥିତି ସମୟରେ ଅନୁଷ୍ଠିତ ବାଳିକା ଫୁଟବଲ ଖେଳ ପ୍ରତିଯୋଗିତାରେ ପ୍ରତିଯୋଗିନୀ ମାନଙ୍କ ସହ ଭାବ ବିନିମୟ କରିଥିଲେ । ନୃତ୍ୟ ପ୍ରତିଯୋଗିତାକୁ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ଉଦଘାଟନ କରିଥିଲେ । ଏଥିରେ ବହୁ ସଂଖ୍ୟକ ଯୁବପ୍ରତିଭା ଭାଗ ନେଇଥିଲେ ।
ଏହା ଉଭୟ ଉଚ୍ଚମାଧ୍ୟମିକ ଓ ସ୍ନାତକ ସ୍ତରରେ ଅନୁଷ୍ଠିତ ହୋଇଥିଲା । ସ୍ନାତକ ସ୍ତରର ଅଧିକାରୀ ଡଃ ଦିଗମ୍ବର ଚାନ୍ଦ ଓ ଉଚ୍ଚ ମାଧ୍ୟମିକ ସ୍ତରର ଅଧିକାରୀ ପ୍ରଫେସର ଅଶୋକ କୁମାର ମହାନ୍ତିଙ୍କ ତତ୍ତ୍ବାବଧାନରେ ସମଗ୍ର କାର୍ଯ୍ୟକ୍ରମ ପରିଚାଳିତ ହେଉଥିବା ବେଳେ କ୍ରୀଡା, ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ କଲେଜ ସ୍ତରୀୟ ନୋଡାଲ ଅଫିସର ମାନଙ୍କୁ ନିଯୁକ୍ତି କରାଯାଇଛି। କାର୍ଯ୍ୟକ୍ରମରେ ବହୁ ଯୁବପ୍ରତିଭା ଅଂଶ ଗ୍ରହଣକରି ନିଜର ଦକ୍ଷତା ପରିପ୍ରକାଶ କରିଛନ୍ତି । ଇତି ମଧ୍ୟରେ କ୍ରିକେଟ ,ଚେସ, କ୍ୟାରମ, ଖୋଖୋ,ଫୁଟବଲ, ପାରମ୍ପରିକ ଫେସନ ସୋ, ସଂଗୀତ ପ୍ରତିଯୋଗିତା, ଯନ୍ତ୍ରସଂଗୀତ, ଏକକ ଅଭିନୟ, ପ୍ରବନ୍ଧ, କବିତା ଲିଖନ , ତର୍କ ପ୍ରତିଯୋଗିତା, ସମାଜ ସଚେତନଧର୍ମୀ ପଥପ୍ରାନ୍ତ ନାଟକ ଆଦି ସମାପନ ହୋଇ ସାରିଛି। ବିଭିନ୍ନ ପ୍ରତିଯୋଗିତା ଅବସରରେ ଚିତ୍ତରଂଜନ ଛନ୍ଦ, କୈଳାଶ ସେଠ, ବିନୟ କୁମାର ନାୟକ ,ଓଁକାର ପ୍ରଧାନ, ମନବୋଧ କୁଶଲ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ କଲେଜର ସମସ୍ତ କର୍ମଚାରୀଙ୍କ ସକ୍ରୀୟ ଭୂମିକା ରହିଛି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧୨/୨୦୨୩---୫,୨୦ Sakhigopal News,4/12/2023