ଜଟଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ୍ ଦିବସ ପାଳିତ
ଜଟଣୀ---- ବିଶ୍ୱ ଏଡ଼ସ୍ ଦିବସ ଉପଲକ୍ଷେ ଅବ୍ୟ ଜଟଣୀ ମହାବିଦ୍ୟାଳୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନଙ୍କୁ ଏଡ଼ସ୍ ଭୟାବହତା ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଆଲୋଚନା ଚକ୍ର
ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡଃ, ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥିଭାବେ କଳିଙ୍ଗ ହସ୍ପିଟାଲ, ଭୁବନେଶ୍ଵରର ନାସା, କର୍ଷ ଓ ଗଳାବିଭାଗର ମୁଖ୍ୟ ଡା, ମନୋଜ କୁମାର ମାନସିଂହ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏଡ଼ସ୍ର କାରଣ ଓ ନିରାକରଣ ସମ୍ପର୍କରେ ଉଦ୍ବୋଧନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ୟୁଥ୍ ରେଡ଼କ୍ରସର ଅଧିକାରିଣି ଅଧ୍ୟାପିକା ପାରମିତା ପ୍ରହରାଜ ସ୍ଵାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ଅଧିକାରୀ ଅଧ୍ୟାପକ କାର୍ତିକ ଚନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଆଲୋଚନା ଚକ୍ରପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ମହାବିଦ୍ୟାଳୟଠାରୁସଂଚୁରିଆନ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଉକ୍ତ ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ଼ ଧରି ସ୍ଥାନୀୟ ଜନସାଧାରଣଙ୍କୁ ଏଡ୍ସ୍ର ଭୟାବହତା ସମ୍ପର୍କରେ ସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ପ୍ରାଧ୍ୟାପକ ଡଃ. ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡଃ.ତପନ ମିଶ୍ର, ଡଃ, ପୁଷ୍ପାଞ୍ଜଳି ସାମଲ ପ୍ରମୁଖ ପରିଚାଳନା କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୨/୨୦୨୩----୮,୪୫ Sakhigopal News,1/12/2023