ପ୍ରଦୀପ ମହାରଥୀ ମୋମରିଆଲ ସୋମନାଥ କ୍ରିକେଟ କପ-୨୦୨୦ ; ସିଡିଏ ଲାୟନ୍ସ ଚମ୍ପିୟାନ, ହରିରାଜପୁର ପଞ୍ଚାୟତ କ୍ରିକେଟ ମ୍ୟାଚ ; ବରୁଣେଇ ରୟାଲସ ଚମ୍ପିୟାନ
ଡେଲାଙ୍ଗ ------- ଡେଲାଙ୍ଗ ବ୍ଲକ ଅଧିନସ୍ଥ ପ୍ରଦୀପ ମହାରଥୀ ମୋମରିଆଲ ସୋମନାଥ କ୍ରିକେଟ କପ-୨୦୨୦ ଫାଇନାଲ ମ୍ୟାଚ ହେରିରାଜପୁର ସାମନାଥ ଷ୍ପୋଟିଂ ଗ୍ରାଉଣ୍ଡ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ସିଡିଓ ଲାୟନ୍ସ କ୍ରିକେଟ କ୍ଳବ ସହିତ ଏମ,କେ, ସ,ିସି କୁମାରଖାତିଆ କ୍ରିକେଟ ଦଳ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟି କରି ସିଡିଓ ଲାୟନ୍ସ କ୍ରିକେଟ କ୍ଳବ ଦଳ ୨୦ ଓଭର ରେ ୯ ଉଇକେଟ ହରାଇ ୨୩୩ ରନ ସଂଗ୍ରହ କରିଥିଲା । ଜବାବରେ ଏମ,କେ, ସ,ିସି କୁମାରଖାତିଆ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୨୩୦ ରନ ସଂଗ୍ରହ କରିଥିଲେ । ସିଡିଓ ଲାୟନ୍ସ କ୍ରିକେଟ ଦଳ ୩ ରନରେ ବିଜୟୀ ହୋଇ ୨୦୨୦ ବର୍ଷର ଚମ୍ପିୟାନ ହୋଇଛନ୍ତି । । ବାସୁଦେବ ରାଉତରାୟ ଓ ଶୁଭମ ପାଟ୍ଟଶାଣୀ ମ୍ୟାଚ ପରିଚାଳନା କରିଥିବା ବେଳେ ସ୍କୋରର ଭାବେ ସଂଗ୍ରାମ ଚମ୍ପତି ରହିଥିଲେ । ସେହିପରି ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ ଫାଇନାଲ ମ୍ୟାଚ ଉକ୍ତ ପଡିଆରେ ଅନୁଷ୍ଠିତ ହୋଇଥିଲା । ବରୁଣେଇ ରୟାଲ କ୍ରିକେଟ ଦଳ ସହିତ ସୋମନାଥ ଫାଇଟର ଦଳ ମଧ୍ୟରେଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ବରୁଣେଇ ରୟାଲ କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ବିନିମୟରେ ୧୫୩ ରନ କରିଥିଲା । ଜବାବରେ ସୋମନାଥ ଫାଇଟର ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୪୩ ରନ କରିଥିଲେ । ବରୁଣେଇ କ୍ରିକେଟ ଦଳ ୧୦ ରନରେ ହରିରାଜପୁର ପଞ୍ଚାୟତକ୍ରିକେଟ ଲିଗ -୬ର ଏବର୍ଷର ଚମ୍ପିୟାନ ହୋଇଥିଲା । ସଂଗ୍ରାମ କେଶରୀ ଚମ୍ପତି ଓ ବାସୁଦେବ ରାଉତରାୟମ୍ୟାଚ ପରିଚାଳନା କରିଥିବା ବେଳେ ରକେଶ ପ୍ରଧାନ ସ୍କୋରର ଭାବେ ରହିଥିଲେ । ଏହି ଅବସରରେ ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ବ୍ଳକ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ଯୋଗ ଦେଇଥବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ମଳୟ ମହାନ୍ତି, ମିଶନ ଶକ୍ତିମହିଳା ମହାସଂଘରସମ୍ପାଦିକା ବାସନ୍ତୀ ସାହୁ, ନାରୀନେତ୍ରୀ ନିରୁପମା ପାତ୍ର, ସମାଜସେବୀ ମନୋଜ କୁମାର ସାହୁ, ବିବେକା ନନ୍ଦ ବାରିକ, ଦିଲ୍ଲୀପ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଡେଲାଙ୍ଗ ବ୍ଳକର ସାମ୍ବାଦିକ ଧୀରେନ୍ଦ୍ର ସେନାପତି, ବିଜୟ କୁମାର ମହାପାତ୍ର, ସନ୍ତୋଷ ପଟ୍ଟନାୟକ ଓ ବୈଦ୍ୟୁତିକ ସାମ୍ବାଦିକ ସନ୍ତୋଷ ପ୍ରଧାନଙ୍କୁ ଅନୁଷ୍ଠାନ ପକ୍ଷରୁ ଉପଢ଼ୌକନ ସହିତ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସେହିପରି ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା । ସୋମନାଥ କ୍ରିକେଟ କ୍ଳବ ୨୮ ବର୍ଷରେ ପର୍ଦାପଣ କରିଛି । ଅନୁଷ୍ଠିତ ପୁରଷ୍କାର ବିତରଣି ଉତ୍ସବକୁ ସଂଯୋଜନା କରିଥିଲେ ହରିରାଜପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରସନ୍ନ ମହାରଥୀ । ପ୍ରଦୀପ ମହାରଥୀ କ୍ରିକଟେ କପର ଚମ୍ପିୟାନ ସିଡିଓ ଦଳକୁ ଟ୍ରଫି ସହିତ୨୦ ହଜାର ଟଙ୍କା ଏମ,କେ, ସ,ିସି କୁମାରଖାତିଆ ରନସ ଦଳକୁ କପ ସହିତ୧୩ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ହରିରାଜପୁର ପଞ୍ଚାୟତ କ୍ରିକେଟ ଲିଗ ମ୍ୟଚରେ ବରୁଣେଇ କ୍ରିକେଟ ଚମ୍ପିୟାନ ଦଳକୁ ଟ୍ରଫି ୫୦ ହଜାର ଟଙ୍କା ଓ ରନସ ସୋମନାଥ ଫାଇଟର ଦଳକୁ କପ ସହିତ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତୁତୀୟ ସ୍ଥାନରେ ରହିଥିବା ସ୍ପୋଟିଙ୍ଗ କ୍ଳବକୁ ସ୍ୱାନ୍ତନା ମୂଳକ ଭାବେ ୨୦ ହଜାର ଟଙ୍କା ଚେକ ପ୍ରଦାନ କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୧/୨୦୨୧---- ୭,୩୦