Breaking News

ଦେଇଥିବା କଥା ମନେପକାଇ ଦେଲେ ; ଖେଳ ପଡିଆର ଉନ୍ନତି କରଣ ପାଇଁ ହରିରାଜପୁର ଯୁବ ଗୋଷ୍ଠୀ ଭେଟିଲେ କ୍ରୀଡା, ଯୁବ ବ୍ୟାପର ମନ୍ତ୍ରୀଙ୍କୁ


 ଡେଲାଙ୍ଗ ------ ରାଜ୍ୟ କ୍ରୀଡା,ଯୁବ ବ୍ୟପାର , ସୂଚନା  ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ  ତୁଷାର କାନ୍ତି ନାନ୍ତି ବେହେରା ୨୦୧୯ ମସିହା  କ୍ରିକେଟ ଟୁର୍ଣ୍ଣମେଣ୍ଟ ପୁରଷ୍କାର ବିତରଣ ଉତ୍ସବରେ ଯୋଗ ଦେଇ ଏହି ପଡିଆର ଉନ୍ନତି କରଣ ନିମେନ୍ତ ପ୍ରାଥମିକ ସ୍ତରରେ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ଏକ ବର୍ଷ ପରେ ଜବାବ ଦେଇ କଥା ଭୁଲି ଯାଇଥବାରୁ ମନ୍ତ୍ରୀଙ୍କୁ ନୂତନ ବର୍ଷର ସ୍ୱାଗତ ଜଣାଇବା ସହ ଏହି କଥା ମନେ ପକାଇ ଦେଇଛନ୍ତି ହରିରାଜପୁର ଗ୍ରାମ ପଞ୍ଚାୟତର ସୋମନାଥ ସ୍ପୋଟିଂ ୍‌କ୍ଳବର ସଦସ୍ୟ ମାନେ । ଏହି ଅବସରରେ ମନ୍ତ୍ରୀଙ୍କୁ ପୁର୍ନବାର ଖେଳ ପଡିଆର ଚନ୍ନତି କରଣ ନିମେନ୍ତ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ପୁରୀ ଜିଲ୍ଲାର ହରିରାଜପୁର କଥା କହିଲେ ବଡ ଠାରୁ ଛୋଟ ପିଲା ସମସ୍ତେ ଜାଣନ୍ତି । ଏହି ନାମ ପଛରେ ରହିଛି ଏକ ବଡ କିମ୍ବଦନ୍ତୀ । ଏଠାରେ ଅନୁଷ୍ଠିତ ମେଳଣ ଓଡିଶାରେ ଅନ୍ୟ କେଉଁଠାରେ ଦେଖିବାକୁ ମିଳନଥାଏ । ପ୍ରଶସ୍ଥ ମେଳଣ ପଡିଆ ଅନ୍ୟ କେଉଁଠାରେ ଦେଖିବାକୁ ମିଳିନଥାଏ । ମେଳଣ ପଡିଆକୁ ଲାଗି ରହିଛି ଏକ ଖାଲ, ଡିପ ଓ ପଥୁରିଆ ଖେଳ ପଡିଆ । ଯେଉଁ ପଡିଆରେ ପାଖ ସୋମନାଥ ବିଦ୍ୟାପୀଠ ସହିତ ଗ୍ରାମର ଯୁବ ଗୋଷ୍ଠୀ ଏହି ପଡିଆରେ ଖେଳ କସରତ ପ୍ରତିଯୋଗିତା କରିଥାନ୍ତି । ଖେଳ ପଡିଆରେ ହରିରାଜପୁର ସେମାନାଥ ସ୍ପୋଟିଂ କ୍ଳବ ପକ୍ଷରୁ ବହୁ କଷ୍ଟ କରି ବାର୍ଷିକ କ୍ରିକେଟ ପ୍ରତିଯୋଗିତା କରି ଆସୁଛି । ଏହି ପ୍ରତିଯୋଗିତାରେ ଭୁବନେଶ୍ୱର, କଟକ, ପୁରୀ, ନିମାପଡା, ଯାଜପୁର, ଆଦି ଜିଲ୍ଲାର କ୍ରିକେଟ ପ୍ରେମୀ ମାନେ ଏହି ପଡିଆରେ ଖେଳିଛନ୍ତି । ସେମାନେ ଏତେ ବଡ ପଡିଆ ଦେଖି ବିସ୍ମିତ ହୋଇଥିଲେ ମଧ୍ୟ ପଡିଆ ପରିସର ଦେଖି ମନ ଦୁଖଃ କରିଛନ୍ତି । ଏହି ପଡିଆଟି ପିପିଲି- ଜଟଣୀ- ଜଟଣୀ- ଭୁବନେଶ୍ୱର ରାସ୍ତା କରରେ ଦଣ୍ଡାୟମାନ । ପରିତାପର ବିସୟଯେ  ଏହି ପଡିଆର ଆବଶ୍ୟକୀୟ ଉନ୍ନତିକରିବା ସହିତ ଖେଳ ପଡିଆ ଚତୁପାଶ୍ୱର୍ ପାଚେରୀ ନିର୍ମାଣ, ଖେଳ ଗ୍ରାଉଣ୍ଡରେ ଘାସଲଗାଇବା, ଦର୍ଶକଙ୍କ ପାଇଁ ବସିବା ପାଇଁ ବ୍ୟବସ୍ଥା, ଶୌଚାଳୟ ପ୍ରଭୃତି ନିର୍ମାଣ କରିବା ଆବଶ୍ୟକତା ରହିଛି ବୋଲି ଅନୁଷ୍ଠାନର ସଦସ୍ୟ ମାନେ ମନ୍ତ୍ରୀଙ୍କୁ ଲେଖିଛନ୍ତି ପତ୍ର । ୨୦୧୯ ବର୍ଷରେ ସେହି ଖେଳ ପଡିଆରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଦିବଗଂତ ପ୍ରଦୀପ ମହାରଥୀଙ୍କ ସହିତ ଯୋଗ ଦେଇଥିଲେ କ୍ରୀଡାମନ୍ତ୍ରୀ ତୁଷାର କାନ୍ତି ବେହେରା । ସେ ସମୟରେ ଯୋଗ ଦେଇ ଖେଳ ପଡିଆର ଉନ୍ନତି ପାଇଁ ୨୦ ଲକ୍ଷ ଟଙ୍କା ଉନ୍ନତି କରଣ ପାଇଁ ଅର୍ଥ ମଞ୍ଜୁର କରିବେ ବୋଲି ଘୋଷଣା କରିଥିଲେ । ମାତ୍ର କରୋନା ପ୍ରଭାବ ଯୋଗୁ ଯୋଗାଯୋଗର ଅଭାବ ଯୋଗୁ ଏହା ଅଗ୍ରଗତି ସମ୍ଭବପର ହୋଇପାରିନାହିଁ । ଏହି ଅବସରରେ ହରିରାଜପୁର ସୋମନାଥ ସ୍ପୋଟିଂ କ୍ଳବ ସମେତ ପଞ୍ଚାୟତର ବହୁ କ୍ରୀଡାପ୍ରେମୀ ତରଫରୁ ପୁନଃବାର କ୍ରୀଡାମନ୍ତ୍ରୀଙ୍କୁ ଏକ ନିବଦେନ ପତ୍ର ପ୍ରଦାନ କରାଯାଇଛି । ୨୦୨୧ ଯୁଦ୍ଧ କାଳୀନ ମଧ୍ୟରେ ଖେଳ ପଡିଆର ଉନ୍ନତି କରଣ କରାଯିବା ପାଇଁ ନିବେଦନ କରାଯାଇଛି । ଯାହା ଫଳରେକି ଗ୍ରାମଞ୍ଚଳରେ କ୍ରୀଡା କସରତ ର ବିକାଶ ଘଟି ପାରିବ ବୋଲି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ  ପ୍ରସନ୍ନ କୁମାର ମହାରଥୀ ଙ୍କ ସହିତ ବିକାଶ କୁମାର ପାତ୍ର, ଜିତେନ୍ଦ୍ର ଚମ୍ପ୍‌ତି, ଦୀପକ ସାହୁ, ଶୁଭମ ପାହାନ୍ତସିଂହ, ସରୋଜ କୁମାର ପାହାନ୍ତସିଂହ, ସଂଗ୍ରାମ କେଶରୀ ଚମ୍ପତି, ଅବିଳାଷ ପଟ୍ଟନାୟକଦୀପକ କୁମାର ପ୍ରଧାନ ଓ ଶୁଭନ୍ଦ୍ରେ ବେହେରା ପ୍ରମୁଖ ମନ୍ତ୍ରୀଙ୍କୁ ଭେଟି ଏକ ନିବଦେନ ପତ୍ର ପ୍ରଦାନ କରିବା ସହ ସେ ଦେଇଥିବା ପ୍ରତିଶୃୁତି ସମ୍ପର୍କରେ ସୁଚନା ପ୍ରଦାନ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୧/୨୦୨୧---୭,୪୫

Blog Archive

Popular Posts