Breaking News

ଖାଇବା ଦେବା ନାଁ ରେ ଚାଲିଛି ଶୋଷଣ

ଯାଜପୁର---- ଯାଜପୁର ଜିଲ୍ଲା  ୧୬ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା  ଏକ ଫ୍ୟାମିଲି ରେଷ୍ଟୁରାଣ୍ଟ ଓ ହୋଟେଲ ଖାଇବା ନାଁରେ ସୋ ନିରୀହ ଜନତାଙ୍କୁ ଲୁଟି ଚାଲିଛି ବୋଲି ଲୋକମାନେ ଅଭିଯୋଗ କରିଛନ୍ତି ।ଟଙ୍କାର ମୂଲ୍ୟ ହିସାବରେ ଖାଦ୍ୟ ନିମ୍ନମାନର ବୋଲି ହୋଟେଲରେ ଖାଉଥିବା ଲୋକେ ଅଭିଯୋଗ କହନ୍ତି। ପ୍ରତିବାଦ କଲେବି ହୋଟେଲ କର୍ମଚାରୀ ଓ ମାଲିକ୍ ନାଲି ଆଖି ଦେଖାନ୍ତି । ସୂଚନା ଥାଉକି ଦିନରେ ଫ୍ୟାମିଲି ରେଷ୍ଟୁରାଣ୍ଟ ଓ ରାତିରେ ଚାଲିଚି ବେଆଇନ ମଦ ବେପାର କିନ୍ତୁ ଏଠି ଜନସାଧାରଣ ରେ ପ୍ରଶ୍ନ ଉଠୁଚି ଯେ,ପ୍ରଶାସନ ସବୁ ଜାଣିଶୁଣି ଚୁପ୍ ଚାପ୍ କାହିଁକି? ନା ହୋଟେଲର ସ୍ତାନୀୟ ପ୍ରଶାସନ ସହ ଚାଲିଛି ମଧୁ ଚନ୍ଦ୍ରିକା .... ଯାହାକି ନିରୀହ ଲୋକଙ୍କ ଜୀବନ୍ ଓ ଜିବିକା ଉପରେ ପଡୁଚି ପ୍ରଭାବ । ଜାତୀୟ ରାଜପଥ କଡରେ ଏଭଳି ହୋଟେଲରୁ  ମଦ୍ୟପାନ ପାନ କରି ଗାଡି ଚାଳନା କରିବା ଦ୍ୱାରା ଅନେକ୍ ଦୁର୍ଘଟଣାରେ ସମ୍ମୁଖିନ ହେଉଛନ୍ତି । ତେବେ ଆମେ ଆଶା କରିବା ଖବର ପ୍ରସାରଣ ପରେ ଯାଜପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହିତ ରାଜପଥ ପାର୍ଶ୍ୱରେ ଗଢିଉଠି ଥିବା ଏଭଳି ଫ୍ୟାମିଲି ରେଷ୍ଟୁରାଣ୍ଟ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବ । 
ଯାଜପୁର ରୁ ଶିବ କେତନ ସାହୁ,୨୧/୧/୨୦୨୧----୭,୦୦

Blog Archive

Popular Posts