Breaking News

ବରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ"



ବରୀ- ବୁଧବାର ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ  ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ କୁଆଖିଆ ରାସ୍ତାର ବାଲିଆପାଳ ଛକ ପୋଲଠାରେ  ଦିନ ୯ଘଟିକା ସମୟରେ ଏକ ସାଇକେଲ ରାଲି ସହିତ ସଚେତନତା ରଥକୁ ବରୀ ବ୍ଲକ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଉଦଘାଟନ କରିଛନ୍ତି ।  ପଞ୍ଚାୟତ ପରିଭ୍ରମଣ କରିବା ସହିତ ହେଲେମେଣ୍ଟ ଓ ସିଟି ବେଲ୍ଟ ପିନ୍ଧିନଥିବା ଗାଡି ଚାଳକମାନଙ୍କ  ଚନ୍ଦନ, ସିନ୍ଦୂର ଓ ରାକ୍ଷୀ ବାନ୍ଧି ସେମାନଙ୍କ ମଙ୍ଗଳ କରିବା ସହିତ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ଉପସ୍ଥିତ ରହିବା ସହିତ ବରୀ ଥାନାର ବହୁ କର୍ମଚାରୀ  ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ମହାନ୍ତି, ବିବେକାନନ୍ଦ ନାଥ, ଚିନ୍ମୟୀ  ମହାନ୍ତି, ନିର୍ମଳା ଦାସ, ସୋମନାଥ ପରିଡା,ଅମିତାଭ ଜେନା ପ୍ରମୁଖ ସଚେତନତା କାଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶେଷରେ ସନ୍ଥନ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ  କର୍ମଶାଳା  ମହାବିଦ୍ୟାଳୟର ଅଧ୍ୟକ୍ଷ  ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ ଆଞ୍ଚଳିକ ପରିବହନ ଅଫିସର ସଚେନ୍ଦ୍ର ପଣ୍ଡା,  ମଟର ଭାଇକିଲ ଅଫିସର ଦୀପକ କୁମାର ସେଠି, ବରୀ ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି ଓ ଜିଲ୍ଲା ସଡ଼କ ସୁରକ୍ଷା ସମିତି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ପଦ୍ମନାଭ ଯେନା ପ୍ରମୁଖ ସଡ଼କ ସୁରକ୍ଷା ଉପରେ ଆଲୋଚନା କରିଥିଲେ । ନିଶାଶକ୍ତ ହୋଇ ଗାଡି ନଚଲାଇବା ଓ ହେଲେମେଣ୍ଟ  ପିନ୍ଧି ଗାଡି ଚଲାଇବାକୁ ସମାଜସେବୀ ସତ୍ୟରଞ୍ଜନ କର ସମସ୍ତଙ୍କୁ ଅନୁରୋଧ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ବରୀରୁ ଦର୍ଶନ ବେହେରା ,୨୦/୧/୨୦୨୧-----୬,୫୦

Blog Archive

Popular Posts