ରଜତ ମେମୋରିଆଲ ଟ୍ରଫି-;ଅରାଗଡ ଦଳ ଚମ୍ପିୟାନ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗୋଡିପୁଟ ମାଟିଆପଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅରାଗଡ ଗ୍ରାମରେ ରଜତ ମେମୋରିଆଲ ଟ୍ରଫି କ୍ରିକେଟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ ଅରାଗଡ ଦଳ ସହିତ କୁରାଢ଼ମଲ୍ଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି କୁରାଢମଲ୍ଲ ଦଳ ୧୫ଓଭର ୫ଟି ବଲରେ ସମସ୍ତ ଉଇକେଟ ହରାଇ ୪୨ ରନ ସଂଗ୍ରହ କରିଥିଲେ । ଜବାବରେ ଅରାଗଡ ଦଳ୧୪ ଓଭରରେ ୯ଉଇକେଟ ହରାଇ ୪୬ ରନ କରି ଏବର୍ଷର ଚମ୍ପିୟାନ ହୋଇଛନ୍ତି । ମ୍ୟାନ ଅଫ ଦି ମ୍ୟାଚ ଭାବେ ଧନେଶ୍ୱର ମହାପାତ୍ର,ମ୍ୟାନ ଅଫ ଦି ସିରିଜ୍ ଭାବେ ମୁରଲିଧର କାଳିଆ ମନୋନିତ ହୋଇଛନ୍ତି । ମନୋଜ ବେହେରା ଓ ସୁକାନ୍ତ ସାମନ୍ତରାୟ ମ୍ୟାଚ ପରିଚାଳନା କରିଥିଲେ । ପୁରଷ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡେଲାଙ୍ଗ ରେଞ୍ଜର ନିରଞ୍ଜନ ମହାପାତ୍ର ସମ୍ମାନିତ ଅତିଥିଭାବେ ଯୋଗେ ଦେଇଥିବା ବେଳେ ଏସ୍ଆଇ ବିଏସଏଫ୍ ହେମନ୍ତ ଜେନା ଓ ଜିଲ୍ଲାପରିଷଦ ସଭ୍ୟ ମଳୟ କୁମାର ମହାନ୍ତି ଓ ପୁର୍ବତନ ସରପଞ୍ଚ ଜ୍ଞାନ ରଞ୍ଜନ ସାସମଲ ଉପସ୍ଥିତ ରହି ମ୍ୟାଚ ବିଜେତା ଚମ୍ପିୟାନ ଦଳ କୁ ରଜତ ମେମୋରିଆଲ ଟ୍ରଫି ସହ ୧୦ ହଜରା ଟଙ୍କା ଓ କୁରାଢ଼ମଲ୍ଲ ରନସ ଦଳକୁ ୮ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ଶିବ ମୁଦୁଲି,ଶ୍ୟାମ ସୁନ୍ଦର ମହାପାତ୍ର,ରଶ୍ମି ରଞ୍ଜନ ସୁବୁଧି,ବିଶ୍ୱ ରଞ୍ଜନ ମହାପାତ୍ର, ନୃସିଂହ ସ୍ୱାଇଁ,ସଂଗ୍ରାମ କେଶରୀ ମାଝୀ ପ୍ରମୁଖ ଫାଇନାଲ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧----୬,୩୦