Breaking News

ଜିଲ୍ଲା ପରିଷଦ ୬ନଂ ଷ୍ଟାଣ୍ଡି କମିଟି ଡେଲାଙ୍ଗରେ ; ତହସିଲଦାରଙ୍କ କାର୍ଯ୍ୟାକଳାପକୁ ନା ପସନ୍ଦ କଲେ କମିଟି



 ଡେଲାଙ୍ଗ ----- ପୁରୀ ଜିଲ୍ଲା ପରିଷଦର ୬ନଂ ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷ ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ଏକ ଆଠ ଜଣିଆଟିମ ଡେଲାଙ୍ଗ ବ୍ଳକର ଗଡମୋଟରୀ, ଗୁଆଳିପଡା, ବେରବୋଇ, ଧାନକେରା, ଅଭୟମୁଖୀ ଗ୍ରାମ ପଞ୍ଚାୟତ ଗସ୍ତ କରିଛନ୍ତି । ବିଶେଷ କରି ଫନି ବାତ୍ୟାରେ କ୍ଷୟକ୍ଷତି ହୋଇଥିବା ପରିବାର ମାନେ ରାଜ୍ୟ ସରକାର ଯୋଗାଇ ଦେଇଥିବା ଆର୍ଥିକ ସହାୟତା ପାଉ ନାହାନ୍ତି ଯେଉଁ ଅଭିଯୋଗ ହେଉଛି ତାହା ସତକି ନାହିଁ ତାହା ଜାଣିବା ପାଇଁ ଏହି କମିଟି ତଦନ୍ତ ଆରମ୍ଭ କରିଛି । ତଦନ୍ତ କରି ସମସ୍ତତଥ୍ୟ ପୁରୀ ଜିଲ୍ଲାପାଳଙ୍କୁ ଦେବା ସହ ରାଜ୍ୟ ସରକାରଙ୍କୁ ଅବଗତ କରାଇବ ବୋଲି କମିଟିର  ଅଧ୍ୟକ୍ଷ ଶ୍ରୀ ନନ୍ଦ କହିଛନ୍ତି । ବିଶେଷ କରି ବେରବୋଇ ଗ୍ରାମ ପଞ୍ଚାୟତର ଉଦୟପୁର ଗ୍ରାମର ମାନସି ନାୟକଙ୍କର ଘର ଫନି ବାତ୍ୟାରେ ସମ୍ପର୍ଣ୍ଣ ଭାଙ୍ଗି ଯାଇଥିଲା । ସେ ସମୟରେ ତଦନ୍ତ ବେଳେ ତାଙ୍କ ନାମ ରହିବା ସହ  ତାଙ୍କୁ ୧୦ ହଜାର ଟଙ୍କା କ୍ଷତି ପୂରଣ ମିଳିଥିଲା । ପରେ ପରେ ତାଙ୍କର ବ୍ୟାଙ୍କ ଅକାଉଣ୍ଟ ମଧ୍ୟ ଅଚଳ କରାଯାଇଥିବା ସେ ଏହି କମିଟି ଆଗରେ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ତାଙ୍କ ନାମ ତାଲିକାରେ ନାହିଁ ବୋଲି ଜଣାପଡିଛି । ଉକ୍ତ କମିଟିର ସଦସ୍ୟ ମାନେ ସବୁ ଦେଖିଲା ପରେ ତହସିଲଦାରଙ୍କ କାର୍ଯ୍ୟକଳାପ ପ୍ରତି ସନ୍ଦେହ ପ୍ରକାଶ କରିବା ସହ ବିରକ୍ତି ପ୍ରକାଶ କରିଥିଲେ ।ଏବଂ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ବରିଷ୍ଠ ସଦସ୍ୟ ପ୍ରହଲ୍ଲାଦ ଘଟୁଆରୀ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ କୌଳାସ ଚନ୍ଦ୍ର ପରିଡ,ଧୃବ ଚରଣ ଦାଶ, ସଭ୍ୟା ଗୀତାଞ୍ଜଳି ଦାଶ, ମିଲି ବେହେରା, ରାଧାମଣି ପ୍ରଧାନ, ପୁଷ୍ପାଞ୍ଜଳି ସାସମଲ, ସୁମିତ୍ରା ପ୍ରଧାନ ପ୍ରମୁଖ ଏହି ତଦନ୍ତ କମିଟିରେ ଅଂଶ ଗ୍ରହଣ କରିଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧----୬,୩୦

Blog Archive

Popular Posts