Breaking News

ମିଳିତ ବିରୋଧି ମଞ୍ଚର ବନ୍ଧୁ ମିଳନ


 ବେଗୁନିଆ---- ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ପଞ୍ଚାୟତର ମିଳିତ ବିରୋଧି ମଞ୍ଚର ବନ୍ଧୁ ମିଳନ କାର‌୍ୟ୍ୟକ୍ରମ  ବୈଦେଶ୍ୱର ଥାନା ଅନ୍ତର୍ଗତ ପୁଇଁଚା ପଞ୍ଚାୟତର ଗହିରଗାଡ଼ିଆସ୍ଥିତ ମା ଵନଦୁର୍ଗା ପରିସରରେ ପୂର୍ବତନ ସମିତି ସଭ୍ୟ ଶିଶିର ଆଚାର‌୍ୟ୍ୟ ଆବାହକତ୍ୱ ଓ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବେହେରା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସମିତି ସଭ୍ୟ ସୁବାସ ମହାନ୍ତି,କର୍ମୀ ରଞ୍ଜନ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ରବୀନ୍ଦ୍ର ମହାପାତ୍ର,ମାଗୁଣି ସାମନ୍ତରାୟ, ମନମୋହନ ପାଣିଗ୍ରାହୀ, ମୁରଲୀଧର ପାଣିଗ୍ରାହୀ, ଲକ୍ଷ୍ମୀଧର ପଣ୍ଡା,ବିଦ୍ୟାଧର ମହାରଣା, ରାଜକିଶୋର ସାହୁ,ପ୍ରଭାତ କୁମାର ସାହୁ ଓ ଧରଣୀଧର ସେନାପତି ପ୍ରମୁଖ ଉପସ୍ଥିତ ରହି ପଞ୍ଚାୟତରେ ହେଉଥିବା ଦୁର୍ନୀତି ବିରୋଧରେ ଆଗାମୀ ଦିନରେ ସ୍ୱର ଉତ୍ତୋଳନ କରିବେ ବୋଲି ଆଲୋଚନା କରିବା ସହ ପରସ୍ପର ଇଂରାଜୀ ନବ ବର୍ଷକୁ ସ୍ୱାଗତ କରିଥିଲେ ।

Blog Archive

Popular Posts