Breaking News

୭୪ ତମ ରକ୍ତଦାନ ଶିବିର ଅନୁଷ୍ଠିତ


ଯାଜପୁର---- ଯାଜପୁରବ୍ଲକ ଅଧିନ ଛତିସଦେବିଲ ପଞ୍ଚାୟତରେ ଅଶୋକ ଦାସ ଫାଉଣ୍ଡେସନ , ଜୀବନବିନ୍ଦୁ, ରେଡକ୍ରସ ର ମିଳିତ ସହଯୋଗରେ  ୭୪ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ବ୍ଲକ ଅଧିନ ଛତିଶଦେବିଲ ପଞ୍ଚାୟତର ରକ୍ତଦାତା ମାନେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଶୋକଦାସ ଫାଉଣ୍ଡେସନର ସଚ୍ଚିବ ଭବ ପ୍ରସାଦ ଦାସ  ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । 
ଫାଉଣ୍ଡେସନ ସଦସ୍ୟ ଗଣେଶଚନ୍ଦ୍ର ମହାକୁଡ଼, ବରିଷ୍ଠ ସମାଜସେବୀ ଦେଵଦତ୍ତ ଦାସ, ରମଣୀ ରଂଜନ ରାଉତରାୟ , ଧର୍ମେନ୍ଦ୍ର ନାୟକ , ବ୍ୟାସ ଦେବ ରାଉତ, ଚିତ୍ତରଞ୍ଜନ ବେହୁରିଆ, ଦୀପକ ଚାନ୍ଦ, ମଳୟ କୁମାର ପଣ୍ଡା, ଶ୍ରୀକାନ୍ତ ସ୍ୱାଇଁ, ହୀରଣ୍ୟମୟ ମହାପାତ୍ର, ପଙ୍କଜ ଧଳ,ପଵିତ୍ର ଜେନା, ସୌମ୍ୟରଂଜନ ବେହେରା, ସୌମ୍ୟ ଜିତ ନାୟକ, ତପନ ପାଣି, ଦେବୀପ୍ରସାଦ ପାଣି,ଶୁଭ୍ରଜିତ ରାଉତ, ଅଶୋକ ଦାସ ଫାଉଣ୍ଡେସନ ର କର୍ମକର୍ତ୍ତା ମାନେ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ସଫଳତାର ସହ covid.19 କଟକଣା ନିୟମକୁ ମାନି ରକ୍ତ ଦାନ ଶିବିର ସମାପନ ହୋଇଥିବାରୁ ଅଶୋକ ଦାସ ଫାଉଣ୍ଡେସନର ସଭାପତି ସବ୍ୟସାଚୀ ମହାପାତ୍ର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣେଇବା ସହ ରକ୍ତଦାତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। 
ଯାଜପୁର ରୁ  ଶିବ କେତନ ମହାନ୍ତି  ଙ୍କ  ରିପୋର୍ଟ, ୧୭/୧/୨୦୨୧----୬,୫୦

Blog Archive

Popular Posts