ଭୋଇପାଲିରେ ଜାତୀୟ ଯୁବ ସପ୍ତାହରେ ପାଳିତ ହେଲା"ସୁସ୍ଥତା ଦିବସ
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ଭୋଇପାଲି କଲ୍ୟାଣ ମଣ୍ଡପ ଠାରେ ଭୋଇପାଲି ଅମର ଜ୍ୟୋତି ଯୁବକ ସଂଘ ଓ ବରଗଡ଼ ନେହେରୁ ଯୁବ କେନ୍ଦ୍ର ର ମିଳିତ ଆନୁକୂଲ୍ୟରେ ଅପରାହ୍ନରେ ଯୁବ ସପ୍ତାହରେ "ସୁସ୍ଥତା ଦିବସ" ପାଳିତ ହୋଇ ଯାଇଛି। ଜିଲ୍ଲା ଯୁବ ଅଧିକାରୀ ରୋଷନ ଟଣ୍ଡନ ଙ୍କ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଳାକାର,କ୍ରୀଡ଼ାବିତ ତଥା ସମାଜ ସେବୀ ସଂଜୟ କୁମାର ନନ୍ଦ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଜଗନ୍ନାଥ ହାଇସ୍କୁଲ ଝିଲିମିଣ୍ଡାର ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇ ଓ ଜିଲ୍ଲା ଉପଦେଷ୍ଟା କମିଟି ସଦସ୍ୟ ତ୍ରିଲୋଚନ ଶତପଥୀ ଯୋଗଦେଇ ସୁସ୍ଥ ଭାରତ ଆନ୍ଦୋଳନ,ସ୍ୱଚ୍ଛ ଭାରତ ଓ ନାରୀ ସୁରକ୍ଷା ଅଭିଯାନ ଉପରେ ଯୁବ ସମାଜଙ୍କୁ ଆଲୋକପାତ କରିଥିଲେ।ଏହା ସହିତ ଫ୍ୟାଲେରିଆ ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଋତୁପର୍ଣ୍ଣା ଷଡ଼ଙ୍ଗୀ,ବିଜୟ କୁମାର ବେହେରା ଓ ଶିବୁ ଆଚାର୍ଯ୍ୟ ରୋଗର ନିରାକରଣ ଉପରେ ବକ୍ତବ୍ୟ ରଖି ସଚେତନ କରାଇ ଥିଲେ ।ମୁନା ନାୟକ,ଅନୁପ ଭୋଇ, ରୋଷନ ଭୋଇ ଓ ଆକାଶ ଚିରଗୁଣ ପ୍ରମୁଖ ସକ୍ରିୟ ସହଯୋଗୀ କରିଥିଲେ । ଶେଷରେ ମନୋରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ, ୧୭/୧/୨୦୨୧------୮,୦୦