ଇଏ ବି ଜଣେ ନାରୀ ; ଛତୁ ଚାଷ କରି ଆଜିର ଦିନରେ ଉଦାହରଣ ସାଜିଛନ୍ତି ସଂଯୁକ୍ତା
ସାକ୍ଷୀଗୋପାଳ ----- ପରିବାର ବା ସ୍ୱାମିଙ୍କ ଉପରେ ବୋଝ ନ ହେବା ପାଇଁ ସବୁ ବେଳେ ଆଗେଇ ଆସିଛନ୍ତି ଆଜିର ମହିଳା ମାନେ । ସେଥିପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ସେମାନଙ୍କ ପାଇଁ କରିଛନ୍ତି । ବ୍ୟାଙ୍କ ମାଧ୍ୟମରେ ବହୁ କମ ସୁଧରେ ଟଙ୍କା ଋଣ ଦେଉଛି । ବହୁ ମହିଳା ମାନେ ନିଜେ ଓ ଗୋଷ୍ଠୀ ମାଧ୍ୟମରେ ବେପାର ବଣିଜ କରି ଭଲ ଦି ପଇସା ପାଇବା ସହ ତାଙ୍କ ପରିବାର ଭରଣପୋଷଣ କରୁଛନ୍ତି । ବିଶେଷ କରି କରୋନା ସମୟରେ ସମସ୍ତଙ୍କର ରୋଜଗାର ଠପ ହୋଇଯାଇଛି । ବଜାର ଦର ହୁ ହୁ ହୋଇ ବଡି ଚାଲିଛି । ସମସ୍ତଙ୍କର ଗୋଟିଏ ଚିନ୍ତା କିପରି ରୋଜଗାର କ୍ଷମ ହୋଇ ପାରିବୁ । ଯଦି ନିଜର ଇଛା ଶକ୍ତିଥିବ ତା ହେଲେ ସବୁକିଛି ତା ଆଗରେ ହାର ମାନି ଯାଇଥାଏ, ତାହା ପ୍ରମାଣ କରି ଦେଖାଇଛନ୍ତି ଜଣେ ୫୦ ବୟସର ମହିଳା ସଂଯୁକ୍ତା ପାହାନ୍ତାସିଂହ । ସେ ଯେଉଁ କାମରେ ଥରେ ହାତ ଦେଇଛନ୍ତି ଆଉ ପଛକୁ େ‘ରି ଚାହିଁ ନାହାନ୍ତି । କଷ୍ଟ ହୋଇଛି ସତ କିନ୍ତୁ ମିଳିଛି ତାଙ୍କୁ ସ‘ଳତା । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବନ୍ଧୀତ ହୋଇଛନ୍ତି । ସେ ଅନେକ ମହିଳା ଗୋଷ୍ଠୀ ତିଆରି କରିବା ସହ ସେମାନଙ୍କୁ ତାଲିମ ପ୍ରଦାନ କରି ସ୍ୱାବଲମ୍ବୀ କରିବାରେ ସକ୍ଷମ ହୋଇଛନ୍ତି । ତାଙ୍କ ଉପରେ କିଛି ଅସମାଜିକ ଯୁବକ ଆକ୍ରମଣ କରି ଚାଲିଛନ୍ତି । ଲିଜ ନେଇଥବା ଘରୁ ଉଠିଯିବା ପାଇଁ ତାଙ୍କୁ ମାରଣାମ୍ôକ ଆକ୍ରମଣ କରାଯାଉଛି । ତଥାପି ସେ ନ୍ୟାୟ ଉପରେ ବା ଭଗବାନଙ୍କ ଉପରେ ଭରଷା କରି ନିଜ କର୍ମ କ୍ଷେତ୍ରରେ ଆଗେଇ ଚାଲିଛନ୍ତି । ଛତୁ, ଆଚାର, ଜାମ, ସକ୍ସ, ବଡି, ପାମ୍ପଡ, କତାପାରୁରେ କଣ୍ଡେଇ,ଖେଳନା, ଘରସଜା ସାମଗ୍ରୀ ତିଆରି କରିବା ସହ ମହିଳା ଗୋଷ୍ଠୀ ମାନଙ୍କୁ ଶ୍ରୀମତି ପହାନ୍ତାସିଂହ ମହିଳା ପୁରୁଷ ମାନଙ୍କୁ ତାଲିମ ପ୍ରଦାନ କରିଥାନ୍ତି । ୩୧୬ ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ଏକ ଘର ଲିଜ ସୁତ୍ରରେ ନେଇକି ସେଠାରେ ଗ୍ରାମ କୃଷି ବିକାଶ ପରିଷଦ କାର୍ଯ୍ୟାଳୟ ଖୋଲିଛନ୍ତି । କରୋନା ଯୋଗୁ ସବୁ ବନ୍ଦ ରହିଥିବା ବେଳେସେ ନିଜେ ଛଣ କିଣିକି ଆଣି ଶୀତ ଦିନରେ ଧିଙ୍ଗରୀ ଛତୁ ଚାଷ ଆରମ୍ଭ କରିଛନ୍ତି । ପ୍ରତିଦିନ ୧ଶହରୁ ୨ଶହ ଟଙ୍କା ଛତୁ ବିକ୍ରୟ କରି ରୋଜଗାର କରିବାରେ ସକ୍ଷମ ହୋଇ ପାରିଛନ୍ତି । ସେ କହନ୍ତି ଜଣେ ମହିଳା ବା ଯୁବକ ଯଦି ଏହି ଧିଙ୍ଗରୀ ଛତୁ ଚାଷ କରନ୍ତି ତା ହେଲେ ନିଶ୍ଚୟ ଦିନକୁ ୩୦୦ ଶହ ଟଙ୍କା ରୋଜଗାର କରି ପାରିବ । ଏହି ଛତୁ ବିଶେଷ କରି ଶୀତ ଦିନରେ ହୋଇଥାଏ । ଖରା ବା ଗରମ ଆସିଲେ ଏହି ଛତୁ ଫୁଟିବ ନାହିଁ ବୋଲି ଗ୍ରାମ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ ପାହାନ୍ତାସିଂହ କହିଛନ୍ତି । ଏହି ଛତୁ ଅନ୍ୟ ଛତୁ ଅପେକ୍ଷା ସ୍ୱାଦ ଅଲଗା । ଏହି ଛତୁର ଚାହିଦା ବଜାରରେ ରହିଛି । ଗୋଟିଏ ଗୋଟିଏ ବେଡ ପାଇଁ ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହୋଇଥାଏ । ସେଥିରୁ ପ୍ରାୟ ୨୫୦ ଟଙ୍କା ମିଳିଥାଏ ବୋଲି ଶ୍ରୀ ପାହାନ୍ତାସିଂହ କହିଛନ୍ତି । ଏଣୁ ଯୁବକ ଯୁବତୀ ମାନେ ନିଜେ ନିଜେ ରେଜଗାର କ୍ଷମ ହେବା ପାଇଁ ଛତୁ ଚାଷ କରିବା ପାଇଁ ଶ୍ରୀ ପାହାନ୍ତାସିଂହ ଆହ୍ୱାନ ଦେଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୧/୨୦୨୧--୭,୪୦