ଭେଡେନ ବ୍ଲକରେ "ମନୋକାମନା ମହାସଂଘ" ର କାର୍ଯ୍ୟାଳୟ ଉଦଘାଟିତ
ବରଗଡ଼---- ବରଗଡ଼ ଜିଲ୍ଲା ଭେଡେନବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠାନିକ ଭାବେ "ମନୋକାମନା ମହାସଂଘ"ର କାର୍ଯ୍ୟାଳୟ ଉଦ୍ ଘାଟିତ ହୋଇ ଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷ ଡୋଲାମଣୀ କ୍ଷେତି ଯୋଗ ଦେଇଥିବା ବେଳେ ସମ୍ବାନୀତ ଅତିଥି ଭାବେ ଭେଡେନ ବ୍ଲକ ବିଡିଓ ମୁରଲୀଧର ନାୟକ,ବ୍ଲକ ଉପାଧ୍ୟକ୍ଷା ସୁପ୍ରଭା ପ୍ରଧାନ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ଝୁନୁ କୁମାରୀ ପାତ୍ର,ବ୍ଲକ ମିଶନ ଶକ୍ତି ସଂଯୋଜକ ଅନିତା ପୁରୋହିତ, ପ୍ରୋଜେକ୍ଟ ମ୍ଯାନେଜର ମମତା ମିଶ୍ର, ପ୍ରୋଜେକ୍ଟ କୋଡ଼ିନେଟର ଜୟନ୍ତୀ ମେହେର ପ୍ରମୁଖ ଅତିଥିମାନେ ମଞ୍ଚାସିନ ରହିଥିଲେ।ସର୍ଵ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଵଳନ ସହ ମୂଖ୍ୟ ଅତିଥି ଫିତା କାଟି "ମହାସଂଘ" ଗୃହକୁ ଉଦ୍ ଘାଟିତ କରିଥିଲେ।ଏହା ପରେ ଆଇ ସି ଡି ଏସ୍ ର ସମସ୍ତ ସୁପରଭାଇଜର ମାନଙ୍କ ଉପସ୍ଥିତି କ୍ରମେ ନୂତନ ଭାବେ ଗଠିତ ହୋଇଥିବା ମହାସଂଘ କମିଟିର ସଦସ୍ୟା ତଥା ଏସ୍ ଏସ୍ ଜି ଗ୍ରୁପର ସମସ୍ତ ସଦସ୍ୟା ଗଣ ନିଜସ୍ୱ ପାଣ୍ଠିରୁ ମୂଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୭୦ହଜାର ଟଙ୍କାର ଚେକ୍ ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓଙ୍କ ଜରିଆରେ ପ୍ରଦାନ କରିଥିଲେ।ପରିଶେଷରେ ବ୍ଲକ ମିଶନ ଶକ୍ତି ସଂଯୋଜକ ଅନିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....