Breaking News

ଛାଡି ଚାଲିଗଲେ ଅତାବିରା ବ୍ଲକ ବିଜୁ ଜନତା ଦଳର ସଭାପତି



 ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଅତାବିରା ବ୍ଲକ ବିଜେଡି ତଥା ଜିଲ୍ଲା ଯାଦବ ସମାଜର ସଭାପତି ଲମ୍ବୋଦର ମଲିକ ହୃତଘାତରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ୫୮ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ସେ ଜଣେ ଦଳର ସକ୍ରିୟ କର୍ମୀ ଥିବାବେଳେ ତାଙ୍କ ସ୍ତ୍ରୀ, ପୁଅ,ଝିଅ ତଥା ପରିବାର ବର୍ଗଙ୍କୁ ଏକା କରି ଛାଡି ଚାଲିଯିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଜଣେ ସକ୍ରିୟ କର୍ମୀ ହେବା ସହ ଦଳକୁ ଯୋଡି ରଖିବାରେ ତାଙ୍କର ଅବଦାନ ମହତ୍ୱପୁର୍ଣ ଥିଲା ଓ ଦଳ ପାଇଁ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ । ତାଙ୍କ ମୃତ୍ଯୁ ଖବର ଶୁଣି ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ କର୍ମୀମାନେ ଦଳର ଜଣେ ବରିଷ୍ଠ ସଦସ୍ୟଙ୍କୁ ହରାଇଲା ବୋଲି  ଦୁଃଖ ପ୍ରକାଶ କରିଛନ୍ତି।ଦଳର କର୍ମୀମାନେ ତଥା ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ପତ୍ରାପାଲି ପଞ୍ଚାୟତ ଗରିଆଟିକ୍ରା ସ୍ଥିତ ବାସଭବନରେ ତାଙ୍କ ଶେଷ ଦର୍ଶନ କରିଥିଲେ |
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍.....

Blog Archive

Popular Posts