Breaking News

ଗାନ୍ଧୀ ଜୟନ୍ତୀରେ ପରିବେଶ ପାଇଁ ଗଛଟିଏ କାର୍ଯ୍ୟକ୍ରମ


 ଡେଲାଙ୍ଗ ---ଗାନ୍ଧୀ ଜୟନ୍ତୀ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅଇନଜୀବୀ ହୃଷୀକେଶ ପାଢ଼ୀଙ୍କ ପକ୍ଷରୁ  ବେରବୋଇ ଗାନ୍ଧୀ ପୀଠରେ ପରିବେଶ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କସ୍ତୁରବା ଗାନ୍ଧୀ ସେବାକେନ୍ଦ୍ରର ମୁଖ୍ୟ ପରିଚାଳିକା କବିତାରାଣୀ ପରିଡା ଯୋଗଦେଇ ପରିବେଶ ପାଇଁ ଗଛର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ବୃକ୍ଷ ହିଁ ପରିବେଶ ପ୍ରଦୂକ୍ଷଣକୁ ରୋକି ପାରିବ । ମିଳିମିଶି ଗଛ ଲଗାଇ ସବୁଜ ଡେଲାଙ୍ଗ ଟ୍ରଷ୍ଟ ଦେଖିଥବା ସ୍ୱପ୍ନ ସାକାର କରିବା ପାଇଁ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ଅବସରରେ ଗଛ ହସିଲେ ଜଗତ ହସ୍ତେ ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଶ୍ରୀ ପାଢୀ ପଣସ ଓ ପିଜୁଳି ଗଛ କବିତା ରାଣି ପରିଡା ଓ ସେବିକା ଜୟନ୍ତୀ ବିଶ୍ୱାଳଙ୍କୁ ଗାନ୍ଧୀ ଜୟନ୍ତୀ ଅବସରରେ ଉପହାର ଦେଇ ପରିବେଶ ପାଇଁ ଗଛ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଗାନ୍ଧୀ ସ୍ମାରକି ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts