ଯୁବ ସେବାୟତଙ୍କ ପରଲୋକ
ସାକ୍ଷୀଗୋପାଳ------- ସାକ୍ଷୀଗୋପିନାଥ ଦେବଙ୍କ ଯୁବ ସେବାୟତ ସଂଧାଶୁ ମହାପାତ୍ର ( ୫୬)ରେ ହୃଦଘାତରେ ପରଲୋକ ହୋଇଯାଇଛି । ଶନିବାର ରାତିରେ ଖାଇପିଇ ଶୋଇବା ପରେ ଛାତିରେ କିଛି ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ସଦସ୍ୟ ମାନେ ସାଙ୍ଗେ ସାଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ତାଙ୍କୁ ପୁରୀ ପଠାଯାଇଥିଲା । ପୁରୀରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ସକାଳେ ପ୍ରସାରିତ ହେବାପରେ ସତ୍ୟବାଦୀରେ ଶୋଖରଚାୟା ଖେଳିଯାଇଛି । ସେ ଜଣେ ମେଳାପି, ମିଷ୍ଠାବାସୀ,ପରୋପକାରୀ ଓ ଠାକୁରପ୍ରେମୀ ଥିଲେ । ଶେଷରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର କରାଯାଇଥିଲା । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି