ଡେଲାଙ୍ଗରେ ଜଣେ ପଜେଟିଭ ଚିହ୍ନଟ
ଡେଲାଙ୍ଗ ---- ଡେଲାଙ୍ଗ ବ୍ଲକରେ ଆଜି ଜଣେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଚିହ୍ନଟ ଆକ୍ରାନ୍ତକାରୀଙ୍କୁ ସରକାରଙ୍କ ନିୟମ ମୁତାବକ ସ୍ୱଗୃହ ସଂଗରୋଧ ରେ ରହିବା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି । ଜଣକୁ ମିଶାଇ ଡେଲାଙ୍ଗ ବ୍ଲକରେ ଆଜି ପର୍ଯ୍ୟନ୍ତ ମୋଟ ପଜେଟିଭ୍ ସଂଖ୍ୟା ୩୪୨ରେ ପହଂଚିଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ବିପିଏମ ଦିଲ୍ଲିପ କୁମାର ପରିଡାଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି