Breaking News

ସତ୍ୟବାଦୀରେ ୨୭ତମ ବିଶ୍ୱ ଖାଦ୍ୟ ଦିବସ


  ସାକ୍ଷୀଗୋପାଳ -------୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ଠାରେ ଥିବା ଗ୍ରାମ  କୃଷି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୨୭ତମ ବିଶ୍ୱ ଖାଦ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହିଳା ଗୋଷ୍ଠୀ,ଅଙ୍ଗନୱାର୍ଡି କର୍ମୀ, ବିଭିନ୍ନ କୃଷକ କ୍ଳବ ସଦସ୍ୟ ସଦସ୍ୟା ଓ ସମାଜସେବୀ ମାନେ ଯୋଗଦେଇଥିଲେ । ରାଜ୍ୟରେ ମହାମାରି କରୋନାକୁ ନର୍ଜର କରି ସରକାରଙ୍କ କୋଭିଡ-୧୯ ଆଇନକୁ ମାନି ଖାଦ୍ୟ ସୁରକ୍ଷିତ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।  ସଭାକାର୍ଯ୍ୟ ଆରମ୍ଭରୁ କାର୍ଯ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ  ଗ୍ରାମ କୃଷି ବିକାଶ ପରିଷଦର ଆୟୋଜନ କରିଥିବା ବେଳେ କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଓ କମ୍ୟୁନିଟ ଖାଦ୍ୟ ଓ ସୁଷମ ଖାଦ୍ୟ ମନ୍ତ୍ରଣାଳୟ, ଭୁବନେଶ୍ୱର ଆର୍ଥିକ ସହାୟତା ଯୋଗାଇ ଦେଇଥିଲା । ନିଜ ଘରେ କିପରି ସୁଷମ ଖାଦ୍ୟ ତିଆରି କରି ହେବ ଓ ଅଧିକ ଦିନ ସୁରକ୍ଷିତ ରହି ପାରିବ ସେ ସମ୍ପର୍କରେ ଅଧିକାରୀ  ମନୋରଞ୍ଜନ ବାରିକ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ  ଦେବେନ୍ଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଳାଦ ଘଟୁଆରୀ ,  ସମାଜସେବୀ  ପ୍ରଫୁଲ ମିଶ୍ର, ଅବସରପ୍ରାପ୍ତ ମତ୍ସ୍ୟ ସମ୍ପସାରଣ ଅଧିକାରୀ ଦିଗମ୍ବର ସ୍ୱାଇଁ, ସାକ୍ଷୀଗୋପାଳ ମହିଳା ଶିଶୁ ବିକାଶ ବିଭାଗର ସୁପରଭାଇଜର ବିନୋଦିନୀ ଷଡଙ୍ଗୀ , ବ୍ଳକ କୃଷି ଅଧିକାରୀ କଲ୍ୟାଣ କୁମାର ରାୟଙ୍କ ସହିତ ନରହରି ମିଶ୍ର, ରବୀନ୍ଦ୍ର ଶତପଥୀ, ଶୁକାନ୍ତି ଦାସ, ରାଧାମଣି ପ୍ରଧାନ, ନମିତା ପ୍ରଧାନଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ଯୋଗଦେଇଥିଲେ । ପ୍ରକାପ କୁମାର ପାହାନ୍ତାସିଂହ ଗ୍ରାମ କୃଷି ବିକାଶର ସାଧାରଣ ସମ୍ପାଦକ ସଭାଟିକୁ ପରିଚାଳନା କରିଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷା ସଂଜୁକ୍ତା ପାହାନ୍ତାସିଂହ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts