Breaking News

ଡେଲାଙ୍ଗ ପୋଲିସ ୪୫ଟି ଚୋରା ମଟର ସାଇକେଲ ଜବତ କରିବା ସହ ୬ ଜଣ ଯୁବକଙ୍କୁ କୋର୍ଟ ଚାଲାଣ



ଡେଲାଙ୍ଗ ---- ଡେଲାଙ୍ଗ ଥାନା ଭାରପ୍ରାପ୍ତ ନିରିକ୍ଷକ ରଶ୍ମିରଞ୍ଜନ ପଟ୍ଟନାୟକ ବିଶେଷ ସୁତ୍ରରୁ ଖବର ପାଇଲେ ଯେ କୁଆପଦା ଗ୍ରାମ ନିକଟସ୍ଥ କୁମୁକା ଜଙ୍ଗଲରେ କିଛି ଅପରାଧୀ ଶ୍ରେଣୀର ଯୁବକ ମାନେ କେତଟି ମଟର ସାଇକେଲ ରଖି ସେ ଗୁଡିକ ବିକ୍ରୟ କରିବାପାଇଁ ଯୋଜନା କରୁଛନ୍ତି । ଏହି ଖବର ପାଇ ଥାନା ଆଇଆଇସି ଶ୍ରୀ ପଟ୍ଟନାକୟଙ୍କ ତତ୍ୱବଧାନରେ ଥାନାର ମହିଳା ସବଇନ୍ସପେକ୍ଟର କୁମାରୀ ଲାଇକା ମହାରଣା , କନେଷ୍ଟବଳ ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପ୍ରଧାନ ହୋମଗାର୍ଡ ପ୍ରମୋଦ କୁମାର ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସେଠାରେ ଚଡାଉ କରିଥିଲେ । ୧୦ ଟି ଚୋରା ଦୁଇ ଚକିଆ ଗାଡି ଉଦ୍ଦାର କରିବାରେ ସଫଳ ହୋଇଥିଲେ । ଚୋରା ଦୁଇ ଚକିଆ ଗାଡି କାରବାର କରୁଥିବା କାଲୁ ଭୋଇ, ପାମ୍ପେଡା, ଥାନା- ରଣପୁର, ଜିଲ୍ଲା ନୟାଗଡ, ମହମ୍ମଦ ଅରବାଜ ଓରଫ ମଙ୍ଗୁଲୁ ସା- ବେଣାପଞ୍ଜରୀ, ଥାନାଜଟଣୀ, ଜିଲ୍ଲା- ଖୋର୍ଦ୍ଧା, ରାଜେସକାଣ୍ଡି ସା- ବାରଘରପାଟଣା, ଜିଲ୍ଲା- ଖୋର୍ଦ୍ଧା, ଗୋବିନ୍ଦଜେନା , ସା- ମୁକ୍ତାପୁର, ଥାନା- ଜଙ୍ଗିଆ ଜିଲ୍ଲା ଖୋର୍ଦ୍ଧା ଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା । ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଖିଳେଶ୍ୱର ସିଂଙ୍କ ନିର୍ଦ୍ଦେଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳଏବଂ ଡେଲାଙ୍ଗ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ ନେତୃତ୍ୱରେ ସେମାନଙ୍କୁ ଜେରା କରିବା ସମୟରେ ବୃହତ ଚୋରାଗାଡି କାରବାର କରୁଥିବା ଏକ ରାକେଟର ପରଦାଫାର୍ସ କରିବାରେ ପୁଲିସ ସଫଳ ହୋଇଛି । ଡେଲାଙ୍ଗ ଥାନା ପକ୍ଷରୁ ଏକ ସ୍ୱତନ୍ତ୍ର  ଟିମ ଗଠନ କରାଯାଇଥିଲା । ଏହି ଟିମରେ ମହିଳା ସବ ଇନ୍ସପେକ୍ଟର ଲାଇକା ମହାରଣା, କନେଷ୍ଟବଳଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପ୍ରଧାନଓ ହେମଗାଡ ପ୍ରମୋଦ କୁମାର ସେଠୀ ଏହି  ଟିମ ଏହି ୪ ଅଭିଯୁକ୍ତଙ୍କ ଠାରୁ ୩୬ଟି ଚୋରା ମଟର ସାଇକେଲ ଜବତ କରିଥିଲେ । ଏହି ଚଡାଉ ସମୟରେ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ବିଶ୍ୱଜିତି ଜୟସିଂ ସା- ବରପଦା, ଥାନା ଖୋର୍ଦ୍ଧା ସଦର,  ଓ ଅମିରୁଉଦ୍ଦିନଖାନ ସା- ବେଣାପଞ୍ଜରୀ, ଥାନା ଜଟଣାୀ ପୁଲିସ ୪ଟି ଗାଡି ଜବତ କରିବାରେ ସଫଳ ହୋଇଛି । ଏମାନଙ୍କ କଥା ଅନୁସାରେ ବିଭିନ୍ନ ସ୍ଥାନରେ ଡେଲାଙ୍ଗ ପୁଲିସ  ଚଡାଉ କରି ୫ଟି ଚୋରା ମଟର ସାଇକେଲ ଜବତ କରିବାରେ ସଫଳ ହୋଇଛି । ମୋଟ ୪୫ଟି ବିଭିନ୍ନ କମ୍ପାନୀର  ଗାଡି ଡେଲାଙ୍ଗ ପୁଲିସ ଜବତ କରିବା ସହ  ୧୫୩/୨୦ ଏକ କେସ ରୁଜୁ କରି ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ତଦନ୍ତ ସମୟରେ ଅଭିଯୁକ୍ତ କାଲୁ ଭୋଇ ଖଲିକୋଟ ଥାନାରେ ଏକ ଗାଡିଚୋରୀ କେସରେ ପୁଲିସ ହେପାଜତରୁ ଫେରାର ହୋଇ ଯାଇଥିବା ଜଣାପଡିଛି । ଏହି ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଡକାୟତ , ଲୁଟ ଓ ଚୋରୀ ମାମଲା ରହିଥିବା ଡେଲାଙ୍ଗ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକଙ୍କ ଠାରୁ ସୁଚନା ଦେଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts