Breaking News

ଗାନ୍ଧୀଙ୍କ ଜନ୍ମ ବାର୍ଷିକ ଉତ୍ସବରେ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର ର ସଦସ୍ୟମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ |



ଜଟଣୀ -- ମହାତ୍ମା ଗାନ୍ଧୀଙ୍କର 151 ତମ ଜନ୍ମ ବାର୍ଷିକୀ ଅବସରରେ ସମସ୍ତ  କୋଭିଡ-୧୯  ଆଇନକୁ  ଅନୁସରଣ କରି ପୂର୍ବ ତଟ ରେଳ ମହିଳା କଲ୍ୟାଣ ସଂଗଠନ (ECORWWO) ର ସଭାପତି ଶ୍ରୀମତୀ ପୁଣି'ମା ସିଂହଙ୍କ ଅଧ୍ୟକ୍ଷତାରେ ଜଟଣୀ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ରରେ ଏକ ବୈଠକ ଆୟୋଜିତ ହୋଇଥିଲା।
କୁଷ୍ଠରୋଗରେ ପୀଡିତ ରୋଗୀଙ୍କ ପାଇଁ “ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର” ଏକ ସେବା ସହିତ ଚିକିତ୍ସା କେନ୍ଦ୍ର ।
ଏହି ଅବସରରେ ଶ୍ରୀମତୀ ସିଂହ “ଜାତିର ପିତା” ମହାତ୍ମା ଗାନ୍ଧୀଙ୍କର ଫଟୋରେ ପୁଷ୍ପ ମାଳା ଅର୍ପଣ କରିଥିଲେ ଏବଂ ଆରୋଗ୍ୟ କେନ୍ଦ୍ରର 50 ରୋଗୀଙ୍କୁ ଶୁଖିଲା ଖାଦ୍ୟ ପୁଡିଆ ବଣ୍ଟନ କରିଥିଲେ  । ସେମାନଙ୍କର ସୁସ୍ଥ ଜୀବନ କାମନା କରିଥିଲେ।
ରୋଗୀମାନଙ୍କ କଲ୍ୟାଣ ପାଇଁ ପୂର୍ବତଟ ରେଳବାଇର ଖୋର୍ଦ୍ଧା ରୋଡ଼ ମହିଳା କଲ୍ୟାଣ ସଂଗଠନ ପାଖରୁ ଦିବ୍ୟ ଜୀବନ ଆରୋଗ୍ୟ କେନ୍ଦ୍ର ସର୍ବଦା ନୈତିକ ସହଯୋଗ ଯୋଗାଇ ଦେଇଥାଏ ।ଏହି ଅବସରରେ ECORWWO ର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ |
ଜଟଣୀରୁ --ରଙ୍ଗନାଥ ବେହେରା

Blog Archive

Popular Posts