ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଓ ଏାଏା ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । କୋଭିଡ-୧୯ ଆଇନ ଅନୁସାରେ ପାଳନ କରାଯାଇଥିଲା । ବିଦ୍ୟାଳୟ ପରିସରରେ ଥିବା ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ପରେ ବାପୁଜୀ ଓ ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସେଠୀ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ । ଶିକ୍ଷକ ମିଟୁ କିଶୋର ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକ ଓ ଶିକ୍ଷୟତ୍ରୀ ମଞ୍ଜୁଲତା ପ୍ରଧାନଙ୍କ ସହ ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ଓ ପୁରାତନ ଛାତ୍ର ବିଷ୍ଣ ପ୍ରସାଦ ପ୍ରଧାନ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥଲେ । ବରକେରା ଓ ବୋଳକଣା ରାସ୍ତା କଡରେ ତାଳ ମଞ୍ଜି ଲଗା ଯାଇଥିଲା । ଶିକ୍ଷକ ସୁଧିର କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି