Breaking News

ଗାଇଡଲାଇନ ଖିଲାପ କାରିଙ୍କ ଠାରୁ ୩୪୦୦ ଟଙ୍କା ଜରିମାନା ଆଦାୟ କଲା ଏନ୍ଫୋର୍ସମେଣ୍ଟ ଟିମ



ପୁରୀ----- ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରିଥିଲାବେଳେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହା ଫଳରେ ପ୍ରସାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଏନେଇ ଏନ୍ଫୋର୍ସମେଣ୍ଟ ଟିମ ଦ୍ୱାରା ଯୋରଦାର ପୁରୀ ରେ ଯାଞ୍ଚ୍ ଚାଲିଛି । ଏନ୍ଫୋର୍ସମେଣ୍ଟ ଟିମ ର ଗୋଟିଏ ଦଳ ଆଜି ମଧ୍ୟାନ୍ନ ରେ ସ୍ଥାନୀୟ ମାର୍କେଟ ଛକ ରେ କଡାକଡି ଭାବେ ମାସ୍କ ଯାଞ୍ଚ କରୁଛନ୍ତି । ଏହି ଟିମ ବିଭିନ୍ନ କରୋନା ଗାଇଡଲାଇନ ଖିଲାପ କାରି ଙ୍କୁ ସଚେତନ କରିବା ସହ ୩୪୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି ।  ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଏହି ଟିମ ର ନେତୃତ୍ୱ ନେଇଥିଲେ । ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts