ବନମହୋତ୍ସବ ସପ୍ତାହରେ ଦାରୁ ବାଟିକା ଉଦଘାଟନ
ବରୀ- ସୋମବାର ୭୧ତମ ବିଶ୍ୱ ବନମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ସମାଜସେବୀ ତଥା ପ୍ରକୃତି ବନ୍ଧୁ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ଗ୍ରାମପଞ୍ଚାୟତ ଇଚ୍ଛାପୁର ଗ୍ରାମଠାରେ ଶ୍ରୀ ଜଗନ୍ନାଥ ଦାରୁ ବାଟିକା ରେ ବୃକ୍ଷ ରୋପଣ କରାଯାଇଥିଲା । ଯାଜପୁର ବନ ବିଭାଗ ଓ ଗ୍ରାମବାସୀଙ୍କ ସହଯୋଗରେ ଦାରୁ ଓ ରଥରେ ବ୍ୟବହାର କରାଯାଉଥିବା ଗଛର ଚାରା ରୋପଣ କରିବା ସହିତ ବିଭିନ୍ନ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଉକ୍ତ ଦାରୁ ବଟିକାକୁ ଯାଜପୁର ରୋଡ଼ ବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପଟ୍ଟନାୟକ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ଫକୀର ମୋହନ ଟୁଡୁ,ଯାଜପୁର ବନପାଳ ପ୍ରେମାନନ୍ଦ ରାଉତରାୟ, ବାଇଁଶିରିଆ ସରପଞ୍ଚ ସନ୍ଧ୍ୟା ରାଣୀ ସାହୁ ସମିତି ସଭ୍ୟ ଲକ୍ଷ୍ମଣ ସାହୁ, ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା, ଶ୍ରୀଯୁକ୍ତ ଶରତ କର, ଶ୍ରୀଯୁକ୍ତ କାଁହୁ ଦାଶ, ବିବେକାନନ୍ଦ ସାମଲ ଭାବରେ ଯୋଗଦେଇ ଦାରୁ ବାଟିକାରେ ଚାରା ଗଛ ଲଗାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାନନ ପରିଡା, ଜ୍ଞାନରଞ୍ଜନ ମିଶ୍ର, ଶୁଭାଶିଷ ପଣ୍ଡା, ସୁଶାନ୍ତ କୁମାର ପରିଡା, ଅକ୍ଷୟ ନାୟକ, ମହାବୀର ତ୍ରିପାଠୀ, ଦେବବ୍ରତ ପରିଡାପ୍ରମୁଖ ସହଯୋଗ କରିଥିଲେ। ଶ୍ରୀ ଜଗନ୍ନାଥ ଦାରୁ ବାଟିକାର ଆବାହକ ସମାଜସେବୀ ସତ୍ୟରଞ୍ଜନ କର ସମସ୍ତଙ୍କୁ ଗଛ ନ କାଟି ଗଛ ଲଗାଇବାକୁ ଅନୁରୋଧ କରିଥିଲେ।
ବରୀ ରୁ ଦର୍ଶନ ବେହେରା