Breaking News

ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ଶରଣକୁଳ ରେ ୩ଟି ଦୋକାନ ସିଲ୍

ଶରଣକୁଳ - କରୋନା କଟକଣାକୁ  କଡାକଡି କରିବାପାଇଁ ନୟାଗଡ଼ ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ସ୍କ୍ୱାର୍ଡ ଶରଣକୁଳ ଅଞ୍ଚଳରେ ଚଢ଼ାଉ କରିଛନ୍ତି। ଉପଜିଲ୍ଲାପାଳ ଲଗ୍ନଜିତ ରାଉତଙ୍କ ନେତୃତ୍ୱରେ ଏହି ଟିମ୍ ରେ ନୟାଗଡ଼ ଟାଉନ ଥାନା ଏସ୍ଆଇ ଧର୍ମେନ୍ଦ୍ର ଶିଆଳ ଶରଣକୁଳ ଠାରେ ୩ଟି ଦୋକାନ ସିଲ୍ କରି ଏହାର ଚାବି ପୋଲିସ କୁ ହସ୍ତାନ୍ତର କରିଛନ୍ତି। ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସାମାଜିକ ଦୂରତା ଅବଲମ୍ବନ ନ କରିବାରୁ ପ୍ରଶାସନ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଥିଲା।  ସେହିଭଳି ଅନ୍ୟ ଦୋକାନି ମାନଙ୍କ ଠାରୁ ଜୋରିମାନା ଆଦାୟ କରିଛନ୍ତି।ବିଭିନ୍ନ ସ୍ଥାନରେ କରୋନା କଟକଣା କୁ ନମାନି  ଅମାନିଆ ଭାବରେ ବୁଲୁଥିବା ଲୋକଙ୍କୁ ସଚେତନ କରାଇଛନ୍ତି।
ଶରଣକୁଳ ରୁ ମାନସ କୁମାର ସାହୁ।

Blog Archive

Popular Posts