Breaking News

ମା ନାରାୟଣୀ ଯୁବକସଙ୍ଘ ପକ୍ଷରୁ ରକ୍ତଦାନ ଶିବିର




 ଜଟଣୀ ----- କରୋନା ସଂକ୍ରମଣ ପରିପ୍ରେକ୍ଷୀରେ କୌଣସି ବ୍ୟକ୍ତି ଯେପରି ରକ୍ତ ଅଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ନଜର କରି  ମା ନାରାୟଣୀ ଯୁବକସଙ୍ଘ ପଦନପୁର  ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ ।  ଜଟଣୀ ବ୍ଲକ ଅନ୍ତର୍ଗତ ପଦନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ରକ୍ତଦାନ ଶିବିର କୁ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ କରକମଳରେ ଶୁଭଉଦଘାଟନ କରିଥିଲେ । ନରାୟଣୀ ଯୁବକ ସଙ୍ଘ ଆନୁକୂଲ୍ୟରେ ସଙ୍ଘର ସଭାପତି ସୁରେଶ ମହାପାତ୍ର, ସମ୍ପଦକ ଶ୍ରୀ ଅମିତ କୁମାର ମହାନ୍ତି ତଥା ସଂଘର ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ ।  ଜଟଣୀ ନାଗରିକ କମିଟିର ସଭାପତି କ୍ୟାପଟେନ ମନ୍ମଥ ରାଉତରାୟ, ଏକ୍ସ ସର୍ଭିସମ୍ୟାନ ଆଶ୍ସୋସିଏସନର ସଭାପତି ସୁରେଶ କୁମାର ଛୋଟରାଏ, ସମାଜସେବୀ ପ୍ରମୋଦ ହରିଚନ୍ଦନ, ବାବୁଲି ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଏଥିରେ ଅଂଶଗ୍ରହଣ କରିଥିଲେ ।   ୪୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା । 

Blog Archive

Popular Posts