ଦୁଗଲ ଗ୍ରାମ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ସାମ୍ବାଦିକ ସମ୍ମଳନୀ
ସାକ୍ଷୀଗୋପାଳ--- ପୁରୀ ଜିଲ୍ଲାରେ ସତ୍ୟବାଦୀ ବ୍ଳକ ଦୁର୍ନୀତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଠାରେ ଯୁବକ ଓ ମଲା ଲୋକ ନେଉଛନ୍ତି ଭର୍ତ୍ତା । ଭଡା ଓ ବହାର ଲୋକଙ୍କୁ ମିଳୁଛି ରାଶନ କାର୍ଡ ମାତ୍ର ସ୍ଥାୟୀ ବାସିନ୍ଦା ଅସହାୟ ବୃଦ୍ଧାଙ୍କ କାର୍ଡ କଟାଯାଇ ବାହାର ଲୋକଙ୍କୁ ମିଳୁଛି ରାଶନ କାର୍ଡ । ସେହିପରି ସତ୍ୟବାଦୀ ବ୍ଳକର ହେଡ କ୍ୱାଟର ଦୁଗଲ ଗ୍ରାମ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଏବେ ପଦାକୁ ଆସିଛି । ସୁଚନା ଯୋଗ୍ୟ ଯେ ସତ୍ୟବାଦୀର ଦୁର୍ନୀତି ବିରୋଧ ଅଭିଯାନ ମଞ୍ଚସୋମବାର ଶ୍ରୀଜଗନ୍ନାଥ ହୋଟେଲ ବୀରଗୋବିନ୍ଦପୁର ଠାରେ ଏକ ସାମ୍ବାଦିକ ସମ୍ମଳନୀ କରଛି । ଗ୍ରାମ ପଞ୍ଚାୟତର ୭ନଂ ୱାର୍ଡ ଅନ୍ତରପନ୍ତର ଗ୍ରାମରେ ଜଣେ ବ୍ୟକ୍ତି ବିଶେଷଙ୍କ ଘରକୁ ଯିବା ପାଇଁ ଏକ ରାସ୍ତା ନିର୍ମାଣ କରାଯାଇଛି । ତାହା ପୁଣି କେନାଲକୁ ପୋତି ୩ଲକ୍ଷ ଟଙ୍କା ଅର୍ଥ ବିଲ କରି ନିଆଯାଇଛି । ଅନ୍ୟ ପକ୍ଷେ ୬ନଂ ୱାର୍ଡର ଦାଣ୍ଡସାହି ଠାରେ ଜାତୀୟ ରାଜପଥ -୩୧୬ ଜମି ଅଧିକୃତ ଜମି ଉପରେ ୧୫ ଫୁଟ ଲମ୍ବ ଓ ୧୨ ଫୁଟ ଓସାରର ଏକ ସିମେଣ୍ଟ କଂକ୍ରିଟ ସିଡିରାସ୍ତା ନିର୍ମାଣ କରାଯାଇଛି । ମାତ୍ର ଫଳକରେ ଲେଖା ଯାଇଛି ଦାଣ୍ଡସାହି ଜାଗେଶ୍ୱରୀ ମନ୍ଦିର ଠାରୁ ବଡହାଟ ରାସ୍ତା ପର୍ଯ୍ୟନ୍ତ ନିର୍ମାଣ । ଅଟକଳ ମୂଲ୍ୟ- ୪ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ଦର୍ଶାଯାଇଛି ବୋଲି ସାମାଜିକ କର୍ମୀ କାଳୁଚରଣ କାଣ୍ଡିଙ୍କ ତତ୍ୱବଧାନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀ କୁହାଯାଇଛି । ଏହି ଦୁର୍ନୀତିରେ ବ୍ଳକ ବିଡିଓ, ସରପଞ୍ଚ, ବଡବାବୁ ଏଥିରେ ସମ୍ପୁକ୍ତି ବୋଲି କହିଛନ୍ତି । ଅନୁଷ୍ଠିତ ସାମ୍ମାଦିକ ସମ୍ମଳନୀରେ ସଂଗଠନର କର୍ମକର୍ତ୍ତା, ପ୍ରଦ୍ୟୁୃମ୍ନ ନନ୍ଦ, ଶଚିକାନ୍ତ ନନ୍ଦ, ପ୍ରଫୁଲ ପ୍ରଧାନ, ଅମୂଲ୍ୟ ବାରିକ, ବାବନ ମହାପାତ୍ର, ସୁଦର୍ଶନ ସ୍ୱାଇଁ, ପ୍ରଦୀପ ସ୍ୱାଇଁ, ବାସୁଦେବ ବରାଳ, ରବିନ୍ଦ୍ର ଜେନା, ବିକ୍ରମ ସ୍ୱାଇଁ, ଗୋବିନ୍ଦ ଭୋଇ ଓ ଭୀମସେଣ ଭୋଇ ପ୍ରମୁଖ ପଞ୍ଚାୟତର ସଚେତନ ନାଗରିକ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ
ସାକ୍ଷୀଗୋପାଳରୁ ପୂର୍ଣ୍ଣାନନ୍ଦ ତ୍ରିପାଠୀ