ଜୟପୁର-- ସାରଙ୍ଗଯୋଡି ପୂର୍ତ୍ତ ବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି
ସାକ୍ଷୀଗୋପାଳ----- ସତ୍ୟବାଦୀ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଜୟପୁର- ସାରଙ୍ଗଯୋଡି ରାସ୍ତା ଏବେ ବାଟୋଇ ମାନଙ୍କ ପାଇଁ ମରଣଯନ୍ତା ପାଲଟିଛି । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବା ନଜର ରହିଛି । ରାସ୍ତା ଯାହା ଖାଲଖମା ହୋଇଛି ନ କହିବା ଭଲ । ସେହିପରି ରାସ୍ତାର ଉଭୟପାଶ୍ୱର୍ରେ ଅନାବନା ଗଛ ଲଟା, କିଆ ଓ କଣ୍ଟା ଗଛ ମାଡି ଆସିଲାଣି । ଏଥି ଯୋଗୁ ରାସ୍ତା ଗୁଡଇକ ସଙ୍ଗୁଚିତ ହୋଇଯାଇଛି । ବିଶେଷ କରି ବୁଲାଣି ଗୁଡିକରେ ରାସ୍ତା ସଠିକ ଦେଖାନ ଯିବା ଫଳରେ ଛୋଟ ବଡ ଦୁର୍ଘଟଣା ମାନ ସବୁଦିନ ଘଟି ଚାଲିଛି । ଏ ସମ୍ପର୍କରେ ସତ୍ୟବାଦୀ ପୂର୍ତ୍ତବିଭାଗ ଡିଭିଜନର ଜେଇଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଜେଇ ଶୁଣୁନାହାନ୍ତି ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି । ଏହି ରାସ୍ତା ଉପରେ ପ୍ରତିଦିନ ଶହ ଶହ ଗାଡି ମଟର ଠାରୁ ଛାତ୍ର ଛାତ୍ରୀ, ବ୍ୟବସାୟୀ ଓ ସରକାରୀ କର୍ମଚାରୀ ମାନେ ଯିବା ଆସିବା କରିଥାନ୍ତି । ସାରଙ୍ଗଯୋଡି ରାୟଖଣ୍ଡୀ, ପରଜାପଡା, କେତକିପାଟଣା, ମହୁରା, ବିଦ୍ୟାଧରପୁର, ବଳପୁର ଓ ବଳରାମପୁରଗଡ ଆଦି ଗ୍ରାମ ପଞ୍ଚାୟତର ହଜାର ଜହାର ଲୋକମାନଙ୍କର ଯିବା ଆସିବା ମୁଖ୍ୟ ରାସ୍ତା ଅଟେ । ତୁରନ୍ତ ରାସ୍ତାର ଉଭୟପାଶ୍ୱର୍ରେ ସୃଷ୍ଟି ହୋଇଥିବା ଜଙ୍ଘଲକୁ ସଫା କରିବା ପାଇଁ ପଅପୁଲ କୁମାର ମହାପାତ୍ର, ରତିକାନ୍ତ ମିଶ୍ର, ପୁର୍ଣ୍ଣଚନ୍ଦ୍ର ବେହେରା, ରାମହରି ଦାଶ, ରଘୁନାଥ ଶତପଥୀ, ହରିହର ସାହୁ, ରବି ସାୁ, ଲୋକନାଥ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି