Breaking News

ବସ୍ତିବାସିନ୍ଦାଙ୍କୁ କରୋନା ସଚେତନତା


ଖୋର୍ଦ୍ଧା  ------  ବସ୍ତିବାସିନ୍ଦା ଙ୍କୁ କରୋନା ଗୋଷ୍ଠୀ ସଂକ୍ରମଣ ରୁ ଦୁରେଇ ରହିବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ। ଖୋର୍ଦ୍ଧା ପୋୖରାଞ୍ଚଳ ର ବିଭିନ୍ନ ୱାର୍ଡ ରେ ଥିବା ବିଭିନ୍ନ ବସ୍ତି କମିଟି ପ୍ରତିନିଧିଙ୍କୁ ନେଇ ଏକ ସଚେତନତା ବୈଠକ ବିଡିଏ କଲୋନୀ କଲ୍ୟାଣ ମଣ୍ଡପ ରେ ଆୟୋଜିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲାପାଳ ସିତାଂଶ କୁମାର ରାଉତ ଯୋଗଦେଇ କରୋନା ଠାରୁ ନିଜକୁ ଓ ନିଜ ପରିବାରକୁ ଦୁରେଇ ରଖିବାକୁ ପରାମର୍ଶ ଦେଇଥିଲେ। ବସ୍ତି ପରିସର ରେ କୌଣସି ବ୍ୟକ୍ତି ଥଣ୍ଡା, କାଶ, ଜ୍ୱର, ପରି କୋଭିଡ -୧୯ ର ପ୍ରାଥମିକ ଲକ୍ଷଣ ଦେଖାଦେଲେ ସେମାନଙ୍କ ସମ୍ପର୍କରେ ସୂଚନା ଦେବାପାଇଁ ପୋୖର ଅଧିକାରୀ ଶ୍ଵେତପଦ୍ମ ଶତପଥୀ ବୈଠକରେ ଅନୁରୋଧ କରିଥିଲେ ।
ଯୋଗ ଦେଇଥିବା ବସ୍ତି ବାସିନ୍ଦା ଜିଲ୍ଳାପାଳ ଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଜିଲ୍ଳାପାଳ ସମସ୍ତ ପ୍ରଶ୍ନ ର ଉତ୍ତର ଦେବା ସହିତ ନିଜ ସୁରକ୍ଷା ପାଇଁ ନିଜେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ସମସ୍ତ ବସ୍ତି ବାସିନ୍ଦାଙ୍କ ସହଯୋଗ ଲୋଡିଥିଲେ।
        ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର 

Blog Archive

Popular Posts