କୁଜଙ୍ଗ ବିଡିଓ ଭେଟିଲେ ଅସହାୟ ପରିବାରଙ୍କୁ
କୁଜଙ୍ଗ---- କୁଜଙ୍ଗ ବ୍ଲ୍କ୍ ଅନ୍ତର୍ଗତ ହସିଣା ଗ୍ରାମର ସ୍ୱର୍ଗତ ଚରଣ ମହାନ୍ତିଙ୍କ ପତ୍ନୀ ମମତା ମହାନ୍ତି ୩୬ ବର୍ଷ ରୋଗ ଯନ୍ତ୍ରଣା ସହି ନ ପାରି ନିଜ ଘରେ ଗତକାଲି ରଶି ଲଗାଇ ଆତ୍ମ ହତ୍ୟା କରିଥିଲେ । ୪ ବର୍ଷ ତଳୁ ତାଙ୍କର ସ୍ୱାମୀ ଚରଣ ମହାନ୍ତି ମୃତ୍ୟୁ ବରଣ କରିସାରିଛନ୍ତି । ମମତା ବଡ କଷ୍ଟରେ ତାଙ୍କର ଝିଅ ସୁମିତ୍ରା ୧୧ ଓ ପୁଅ ହୃଷିକେଶ ୯କୁ ରୋଗ ଯନ୍ତ୍ରଣାରେ ଥାଇ ବି ପିଲାଙ୍କ ମୁହଁରେ ଦାନା ଦେଇଆସୁଥିଲେ । କିନ୍ତୁ ଗତ ମଙ୍ଗଳବାର ମମତା ରୋଗ ଯନ୍ତ୍ରଣା ସହି ନପାରି ଆତ୍ମ ହତ୍ୟା କରିଥିବା ବେଳେ ତାଙ୍କର ଦୁଇ ପୁଅ ଝିଅ ଅନାଥ ହୋଇଯାଇଛନ୍ତି । ଏହି ଛୋଟ ଝିଅ ଓ ପୁଅ କିଭଳି ଚଲିବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ବିଭିନ୍ନ ଖବର ଗଣମାଧ୍ୟମରେ ଖବର ପ୍ରକାଶ କରିବାପରେ ଆଜି କୁଜଙ୍ଗ ବ୍ଲକ୍ ବିଡିଓ ଅମୀୟ କୁମାର ପଣ୍ଡା ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣିମା ତ୍ରିପାଠୀଙ୍କ ଉପସ୍ଥିତିରେ ମମତାଙ୍କ ଘରେ ପହଞ୍ଚି ସେମାନଙ୍କର ଭଲମନ୍ଦ ସଂପର୍କରେ ବୁଝିବା ସଂଗେ ସଂଗେ ଶିଶୁମାନଙ୍କ ଥଇଥାନ ନିମନ୍ତେ ଚାଇଲ୍ଡ ହେଲ୍ପ୍ ଲାଇନ୍ ସହିତ ଆଲୋଚନା କରିବେ ବୋଲି କହିଛନ୍ତି । ପୂର୍ବରୁ ଉକ୍ତ ଅସହାୟା ମହିଳାଙ୍କୁ ମଧୁବାବୁ ଭତ୍ତା ପ୍ରଦାନ କରା୍ଯିବା ସହିତ ତାଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ୩୦ ହଜାର ଟଙ୍କା ଓ ପିପିଏଲ୍ ସିଏସଆର ଗ୍୍ରାଣ୍ଟରୁ ୧୫ ହଜାର ଟଙ୍କା ଦିଆଯାଇଥିଲା । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ମମତାଙ୍କ ପିଲାଙ୍କୁ ଦିଆଯିବ ବୋଲି ମଧ୍ୟ ବିଡିଓ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର