ମାରୁତି ସେନା ପକ୍ଷରୁ ସତ୍ୟବାଦୀରେ ଗୋ ସେବା
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବରାଳ ବାଲେୁଙ୍କେଶ୍ୱର ଦେବ ଚାରିଟିବୁଲ ଟ୍ରଷ୍ଟ ଅଧୀନସ୍ଥ ଶ୍ରୀଶ୍ରୀ ଗୋବିନ୍ଦ ଜିଉ ଗୋଶାଳାରେ ମାରୁତି ସେନା ପକ୍ଷରୁ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ କରୋନା ଯୋଗୁ ସବୁ ଠପ ହୋଇ ଯାଇଛି । ଯାହା ଫଳରେକି ବହୁ ବାଦନ୍ୟ ବ୍ୟକ୍ତି ଏଠାକୁ ଗୋ ସେବା କରିବା ପାଇଁ ଆସିଥାନ୍ତି । ମାତ୍ର କରୋନା ଯୋଗୁ ସେମାନେ ମଧ୍ୟ ଆସିବା କମି ଯାଇଛି । ଏହାକୁ ଲକ୍ଷ୍ୟ କରି ପୁରୀ ମାରୁତିସେନା ଓ ସତ୍ୟବାଦୀ ମାରୁତି ସେନା ଶାଖାର ମିଳିତ ସହଯୋଗରେ ବିଭିନ୍ନ ଫଳ ଓ ପନିପରିବା ଗୋଶାଳାରେ ଥିବା ଗୋରୁ ମାନଙ୍କୁ ଖାଇବାକୁ ଦେଇଥିଲେ । ମାରୁତି ସେନାର ପୁରୀ ଜିଲ୍ଲାର ସଂଯୋଜିକା ଇତିଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଦିଲୀପ ରାଉତ, ସାରଦା ମିଶ୍ର, ପ୍ରମୋଦ କୁମାର ନନ୍ଦ, ମିତା ପଟ୍ଟନାୟକ, ମୋନାଲିସା ଜେନା, ଗୀତାଞ୍ଜଳି ପତି, ଜଗତ ପ୍ରଧାନ, ଭାଗିରଥି ନାୟକ, ବବିତା ମହାରଣା, ଶ୍ରୀଧର ଆଚାର୍ଯ୍ୟ, ସୁଶାନ୍ତ ବାରିକ, ଦିଲୀପ ପ୍ରଧାନ, ରମେଶ ସାସମଲ, ସୁମନ୍ତ ସ୍ୱାଇଁ, ଦିପୁନା ମଲିକ, ଜୟନ୍ତ ସ୍ୱାଇଁ, ସତ୍ୟବାଦୀ ଶାଖାର ସଭାପତି ସନ୍ତୋଷ କୁମାର ପଣ୍ଡାଙ୍କ ସହିତ ରାଜ୍ୟ ସଭାପତି ପପୁ ଦଳବେହେରା ଉପସ୍ଥିତ ରହିଥିଲେ । ଗୋଶାଳାର ପରିଚାଳକ ତଥା ଟ୍ରଷ୍ଟର ସଭାପତି ମହେଶ୍ୱର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି