ପାହାଡ଼ଶ୍ରୀଗିଡାରେ ରକ୍ତଦାନ ଶିବିର,୩୨ୟୁନିଟ ରକ୍ତ ସଂଗ୍ରହ
ବରଗଡ଼ --+ରକ୍ତ ଦାନ ମହତ ଦାନ। ଅନେକ ବ୍ୟକ୍ତି,ସଂଗଠନ, ଅନୁଷ୍ଠାନ,ସମାଜସେବୀ ସମୟ ସମୟରେ ରକ୍ତଦାନ ଶିବିର କରି ରକ୍ତ ଭଣ୍ଡାରକୁ ପଠେଇ ଥାନ୍ତି। ଠିକ ସେମିତି ସେବା ଯୁବ ଗୋଷ୍ଠି ଗ୍ରୁପର ଆନୁକୂଲ୍ୟରେ ପାହାଡ଼ଶ୍ରୀଗିଡା ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ବରଗଡ଼ ସରକାରୀ ଡାକ୍ତରଖାନାର ଡାକ୍ତର ରାକେଶ କୁମାର ସିଂ ଙ୍କ ତତ୍ୱାବଧାନରେ ୩୨ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । କାର୍ଯ୍ୟକ୍ରମଟି ଅପରାହ୍ନ ୪ଘଣ୍ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଘଣ୍ଟା ରେ ଶେଷ ହୋଇଥିଲା।ରକ୍ତଦାନ କରିଥିବା ମୋଟ ୩୨ଜଣ ରକ୍ତଦାତାଙ୍କ ମଧ୍ୟରୁ ପୁରୁଷ ୨୨ଜଣ ଓ ୧୦ଜଣ ମହିଳା ରକ୍ତଦାତା ରହିଥିବାବେଳେ ଆହୁରୀ ଆଗ୍ରହୀ ରକ୍ତଦାତା ରହିଥିବା ଜଣାପଡିଛି।କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଭ୍ୟଙ୍କ ସହ ସ୍ଥାନୀୟ ବୟେଜ୍ୟେଷ୍ଠ ବ୍ୟକ୍ତିଙ୍କ ସହ ସରପଞ୍ଚ ବିଜୟ ଭୋଇ ପ୍ରମୁଖ ଉପସ୍ଥିତ ରହିଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ