ଜଟଣୀ ଇଣ୍ଡିଆନ ଅଏଲ ଡିପୋ ମ୍ୟାନେଜରଙ୍କ ଉପରକୁ ବୋମା ମାଡ଼
ଜଟଣୀ -ସ୍ଥାନୀୟ ସେଞ୍ଚୁରିଅନ କଲେଜ ପାଖ ତାରିଣୀ ମନ୍ଦିର ଠାରୁ କିଛି ଦୂରରେ ଦୁର୍ବୁତ୍ତମାନେ ଇଣ୍ଡିଆନ ଡିପୋ ମ୍ୟାନେଜର ଏନ.ସି. ସେଠି ନିଜ ଘରକୁ ଏକ ଇଣ୍ଡିଗୋ କାର ନଂ OD.02.4106 ରେ ଘରକୁ ଫେରୁଥିବା ସମୟରେ ସନ୍ଧ୍ୟା ସମୟରେ ଅନ୍ଧକାର ଦେଖି ଦୁର୍ବୁତ୍ତ ମାନେ କାର ଉପରକୁ ବୋମାମାଡ଼ କରିଥିଲେ । ଏହି ବୋମାମାଡରେ ଗାଡି ଚାଳକ ଶ୍ରୀକାନ୍ତ ମଲ୍ଲିକ ଆହତ ହୋଇଛନ୍ତି । ମ୍ୟନେଜର ପଛସିଟରେ ବସି ଥିବାରୁ ଅଳ୍ପକେ ବର୍ତ୍ତୀଯାଇଛନ୍ତି । ଘଟଣା ସ୍ଥଳରେ ଜଟଣୀ ପୋଲିସ ଓ ଭୁବନେଶ୍ୱର ଡ଼ି.ସି ପି. ଉମାଶଙ୍କର ଦାଶ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ଦୁର୍ବୁତ୍ତମାନେ ବୋମା ମାଡ଼ କରି ଫେରାର ହୋଇଯାଇଛନ୍ତି । ମାତ୍ର ବୋମା ମାଡର କାରଣ ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ ।
ଜଟଣୀରୁ --ରଙ୍ଗନାଥ ବେହେରା