Breaking News

ଶ୍ରୀମତ ଭାଗବତ ସପ୍ତାହ ପାରାୟଣ ପାଇଁ କଳସ ଯାତ୍ରା

 
 N das
Baragarh 
ବରଗଡ଼---- ବରଗଡ଼ ଜିଲ୍ଲା ଅତାବିରା ସ୍ଥିତ ସରକାରୀ ଡାକ୍ତରଖାନା ସଙ୍କଟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜିଶ୍ରୀମତ ଭାଗବତ ସପ୍ତାହ ପାରାୟଣ ଆରମ୍ଭ ହୋଇଛି। ଏହି ଅବସରରେ  ଶ୍ରୀ ରାମ ବାବା ମଠ ଠାରୁ କଳସ ଯାତ୍ରା ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।   କଳସ ଗୁଡିକ ହନୁମାନ ମନ୍ଦିର ଠାରେ ସ୍ଥାପନ କରାଯିବା ପରେ ପୂଜାର୍ଚ୍ଚନା ସହିତ ଭାଗବତ ପାଠ ଆରମ୍ଭ ହୋଇଥିଲା। ଏହି ଅବସରରେ ମୁଖ୍ୟ ପୂଜକ ତଥା ଭାଗବତ ବ୍ୟାସ ନିରଞ୍ଜନ ପାଣିଗ୍ରାହୀ ରହିଛନ୍ତି। କର୍ତ୍ତା ଆସନରେ ଆନନ୍ଦ କୁମାର ଗୁପ୍ତା ଓ ତାଙ୍କ ପତ୍ନୀ ଜାନକୀ ଗୁପ୍ତା ।
ଏହି ପାରାୟଣ ସାତ ଦିନ ଧରି ହେଉଥିବା ବେଳେ ପର୍ଯାୟ କ୍ରମେ ହିରଣାକ୍ଷ ବଧ,ଜଡ ଭରତ ଚରିତ୍ର,ସମୂଦ୍ର ମନ୍ଥନ,ବଳି ବାମନ ଚରିତ୍ର ଓ କୃଷ୍ନଜନ୍ମ,ନନ୍ଦୋତ୍ସବ,ମଥୁରା ବିଜୟ ଓ ରୁକ୍ମିଣୀ ବିବାହ,କୃଷ୍ଣ ସୁଦାମା ଚରିତ୍ର(ସୁଦାମା ଦାରିଦ୍ର୍ୟଭଞ୍ଜନ),ଉଦ୍ଧବ,ମାଧବ ସମ୍ବାଦ,ଜାରା ଶବର ଚରିତ୍ର ସହ ୨୪-୧୧-୨୦୧୯ତାରିଖ ରବିବାର ଦିନ ପୂର୍ଣ୍ଣାହୁତି ହେବ।ସେହିପରି ସହଯୋଗୀ ଭାବରେ ସଙ୍କଟ ହନୁମାନ ମନ୍ଦିର କମିଟି ରହିଛି।
ବରଗଡ଼ ଜିଲ୍ଲାର ନବୀନ ଦାଶଙ୍କ ରିପୋର୍ଟ

Popular Posts