Breaking News

ସରକାରଙ୍କ ଟୋକନ ବ୍ୟବସ୍ଥାକୁ ଘୋର ବିରୋଧ,; ହାତ ଟେକିଲା ଜିଲ୍ଲା ପ୍ରଶାସନ


 N Das
Baragarh 
 ବରଗଡ଼-----  ୭୨ଘଣ୍ଟା ସମୟ ସୀମା ପରେ ଚାଷୀ ତାତିଳେ । ବରଗଡ଼ ଜିଲ୍ଲା ରେ ଖରିପ ୠତୁର ଧାନ କିଣା ବିକାକୁ ନେଇ ଚାଷୀ ଓ ପ୍ରଶାସନ ମୁହାଁ ମୁହିଁ ।  ଅତାବିରା ତହସିଲ କାର୍ଯ୍ୟାଲୟ ଠାରେ ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନା , ଏଆରସିଏସ ଶରତ ଚନ୍ଦ୍ର ପାଣିଗ୍ରାହୀ ଓ ସ୍ଥାନୀୟ ତହସିଲଦାର ହୃଦାନନ୍ଦ ଅଡ଼ା ଙ୍କ କକ୍ଷରେ ଚାଷୀ ମାନଙ୍କ ସହିତ ବହୁ ସମୟ ଧରି ଆଲୋଚନା ହେବା ପରେ ମଧ୍ୟ କିଛି  ମିଞ୍ଜାସା ବାହାରି ପାରି ନାହିଁ ବୋଲି ଚାଷୀ ମାନେ କହିଛନ୍ତି । ଆଲୋଚନା ରେ ଉପଜିଲ୍ଲାପାଳ ତାଙ୍କର ଅକ୍ଷମତା ପ୍ରକାଶ କରିଥିଲେ । ପରେ ଚାଷୀ ନିରାଶ ହୋଇ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ତହସିଲକାର୍ଯ୍ୟଳୟ ,ବ୍ଲକ କାର୍ଯ୍ୟାଳୟ ଓ କୃଷି ସୂଚନା କେନ୍ଦ୍ର କୁ ତାଲା ପକାଇବା ସହ  ବିଭିନ୍ନ ସରକାରୀ ଅଫିସକୁ ମଧ୍ୟ ତାଲା ପକାଇଥିଲେ । ଅନେକ ନିଷ୍ପତ୍ତି ମଧ୍ୟ ନିଆଯାଇଛି।ଯାହା ଯେ ପର୍ଯ୍ୟନ୍ତ ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରା ନଯାଇଛି ସେ ପର୍ୟ୍ଯନ୍ତ ସମ୍ପୂର୍ଣ୍ଣ ଭାବେ ମାର୍କେଟ ୟାଡ଼ରେ ଧାନ ବିକ୍ରୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ଏହା ସହିତ ସରକାରୀ କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଚାଷୀ   ଓ କୃଷକ ସଂଗଠନ ଉପସ୍ଥିତ ରହିଛନ୍ତି । ହୀରାକୁଦ ଜଳ ସେଚିତ ଅଞ୍ଚଳର ୪ଟି ଜିଲ୍ଲାକୁ ନେଇ ଆନ୍ଦୋଳନ ଜାରି ରହିଛି। ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ନେତା ମାନେ ଚେତାବନୀ ଦେଇଥିବା ଜଣାପଡିଛି । ଅନ୍ୟ ପକ୍ଷେ କେଉଁ ସମୟରେ ଏଠାରେ କ'ଣ ଘଟିବ ତାହା କହି ହେଉନାହିଁ ।
ବରଗଡ଼ ଜିଲ୍ଲାରୁ ନବୀନ ଦାଶଙ୍କ ରିପୋର୍ଟ

Popular Posts