Breaking News

ଅତାବିରାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


 N das
Atabira News
ବରଗଡ-- ବରଗଡ ଜିଲ୍ଲାର ଅତାବିରା ଏନଏସି ସ୍ଥିତ ମାରୱାଡି ଧର୍ମଶାଳା ଠାରେ ରବିବାର ଦିନ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ବଲନୀ ପକ୍ଷରୁ ମାଗଣାରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମହାନଦୀ ନେତ୍ର ଚିକିତ୍ସାଳୟ ଓ ଏବ.ଏନ. ସିଲେଫ୍ରା ଇଣ୍ଡିଆ ସୋସାଇଟିର ଡାକ୍ତର ଓ କର୍ମଚାରୀ ମାନେ ଯୋଗଦେଇଥିଲେ  । ଦୁଇଶହରୁ ଅଧିକ ଚକ୍ଷୁ ରୋଗୀ  ସେମାନଙ୍କର ଚକ୍ଷୁ ପରୀକ୍ଷା କାଇନେଇଥିଲେ  । ସେମାନଙ୍କ ମଧରୁ ୩୦ଜଣ ମୋତିଆ ବିନ୍ଧୁ ରୋଗୀ ଚହ୍ନଟ କରାଯାଇ ଥିଲା  । ଏହି ରୋଗୀ ମାନଙ୍କୁ ଅସ୍ତ୍ରୋପଚାର ପାଇଁ ବିରମହାରାଜ ପୁର ସ୍ଥିତ ପଣ୍ଡାପାଳି ଠାରେ ଥିବା ମହାନଦୀ ନେତ୍ର ଚିକିତ୍ସାଳୟକୁ ନିଆଯିବ ବୋଲି ମାରୱାଡି ମଞ୍ଚର ଅଧ୍ୟକ୍ଷ କହନ୍ତି । କାର୍ଯ୍ୟକ୍ରମକୁ ମାରୱାଡି ଯୁବମଞ୍ଚ, ଜାଗୃତି ଶାଖା ମହିଳା ସମିତି, ସାମାଜିକ କାର୍ଯ୍ୟକର୍ତ୍ତା ଓ ଉତ୍କଳ ପ୍ରାଦେଶିକ ସଦସ୍ୟଗଣ ଉପସ୍ଥିତ ରହିଥିଲେ  ।
ବରଗଡରୁ ନବୀନ କୁମାର ଦାଶଙ୍କ ରିର୍ପୋଟ

Blog Archive

Popular Posts