କନ୍ଧମାଳ ଜିଲ୍ଲାରେ ଓ୍ବେବ,ଇଲୋକ୍ଟ୍ରୋନିକ ମିଡିଆର ନୁତନ ସଂଘ ଗଠନ
କନ୍ଧମାଳ------ ଦିନ ଥିଲା ଗାଁ ଗଣ୍ଡାରେ ଲୋକମାନେ ଖବରକାଗଜ ପଡ଼ିବା ପାଇଁ ଅପେକ୍ଷା କରୁଥିଲେ। ସେ ସମୟ ଟିଭି ବା ଇଲୋକ୍ଟୋନିକ ଆସିବା ପରେ ଲୋକମାନ ଖବର କିଛି ସମୟ ମଧ୍ୟରେ ପାଇଁ ଯାଉଥିଲେ । ଏବେ ସମସ୍ତଙ୍କ ହାତରେ ଫୋର ଜି ମୋବାଇଲି । ଯାହା ଫଳରେ କି ଘଟଣା ଘଟିବା ଶେଷ ହେବା ବେଳକୁ ଓ୍ବେବରେ ତାହା ଦେଖାଯାଉଛି । ଯାହା ଫଳରେ ଯୁବକ ଯୁବତୀଙ୍କ ଠାରୁ ସମସ୍ତେ ଏବେ ସୋସିଆଲ ମିଡିଆ ମୁହାଁ ହୋଇଛନ୍ତି ବୋଲି ଅତିଥି ମାନେ କହିଛନ୍ତି ।
ଏହି ଅବସରରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଳକର ଇଲୋକ୍ଟ୍ରୋନିକ୍ ,ଓ୍ବେବ ମିଡିଆର ରିପୋର୍ଟର ମାନଙ୍କୁ ନେଇ ଫୁଲବାଣି ବନାନି କ୍ଳବ ଠାରେ ନୁତନ ମିଡିଆ ସଂଘ ଗଠନ ହୋଇଯାଇଛି ।ଏହି ସଂଘର ସଭାପତି ଭାବରେ ବରିଷ୍ଠ ସାମ୍ବାଦିକ ସୁନିଲ ପଟନାୟକଙ୍କୁ ସଭାପତି ଭାବରେ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି । ରାଧାମୋହନ ମହାପାତ୍ର ଓ ପ୍ରକାଶ ନାୟକଙ୍କୁ କୋଷାଧକ୍ଷ ଭାବରେ ମନୋନିତ କରାଯାଇଛି । ସେହିପରି ସଂଘଠନକୁ ପରିଚାଳନା କରିବା ପାଇଁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳିରୁ ଜଣେ ଜଣେ ଦାୟିତ୍ବରେ ରହିଛନ୍ତି । ଏହି ସଂଘଠନର ମୁଳଲକ୍ଷ୍ୟ ହେଲା ସଂଘଠନକୁ ସୁଦୃଢ କରିବା ସହିତ ସାମ୍ବାଦିକ ଭାଇମାନଙ୍କ ସୁବିଧା ଅସୁବିଧାରେ ସ୍ବର ଉତ୍ତୋଳନ କରିବା । ସାମ୍ବାଦିକ ଭାଇମାନଙ୍କ ପାଇଁ ଏକ କଲ୍ୟାଣ ଫଣ୍ଡ ଗଠନ କରାଯାଇଥିବା ସଭାପତି ଶ୍ରୀ ପଟ୍ଟନାୟକ କରିଛନ୍ତି । ଏହି କଲ୍ୟାଣ ଫଣ୍ଡକୁ ସାମ୍ବାଦିକ ମାନଙ୍କ ପାଇଁ ଉପଯୋଗ ହେବ ବୋଲି ରାଧାମୋହନ ମହାପାତ୍ର ପ୍ରକାଶ କରିଥିଲେ । ଏହି ଫଣ୍ଡ ପାଇଁ ପ୍ରଥମ ପର୍ଯ୍ୟାୟରେ ୫୦ହଜାର ଟଙ୍କା ଆଦାୟ କରାଯାଇଛି ଏହି ସଂଘ ଆଗାମି ଦିନରେ ଏକ କନ୍ଧମାଳ ଜିଲ୍ଲାରେ ବିଶାଳ ବୃକ୍ଷ ହୋଇ ବଢିବ ବୋଲି ସମସ୍ତ ସାମ୍ବାଦିକ ଭାଇମାନେ ମତ ପ୍ରକାଶ କରିଛନ୍ତି ।
![]() |
Kandhamala News |
କନ୍ଧମାଳରୁ ମନୋଜ ପଣ୍ଡା ।