Breaking News

ରାଜ୍ୟ କୃଷି ବିଭାଗର ଉପ ସଚ୍ଚିବଙ୍କର ପିପିଲି ବ୍ଳକ ଗସ୍ତ


B MOHAPATRA sakhigopal news satyabadi news
PIPILI NEWS
ପିପିିଲି ----- ରାଜ୍ୟ କୃଷି ବିଭାଗର ଉପ ସଚ୍ଚିବ ଅସିମା ପଟ୍ଟନାୟକଙ୍କ ମଙ୍ଗଳବାର ପିପିଲି ଗସ୍ତ କରିଛନ୍ତି ।  ରାଜ୍ୟ ସରକାରଙ୍କ ପୂର୍ବ ଭାରତରେ ସବୁଜ ବିପ୍ଳବ ଯୋଜନାରେ କରାଯାଇଥବା ଧାଡିକିଆ ପ୍ରଦର୍ଶନ କ୍ଷେତ୍ର ଦେଖିବା ପାଇଁ ପିପିଲି ବ୍ଳକର ଜଗନ୍ନାଥପୁର ଗ୍ରାମରେ ପହଞ୍ଚିଥିଲେ  । ଉକ୍ତ ଗ୍ରାମରେ ଏହି ଯୋଜନାରେ ୧୧୦ ଜଣ ଚାଷୀଙ୍କୁ ସାମିଲ କରାଯାଇ ୧ଶହ ହେକ୍ଟର ଧାଡିରୂଆ ଧାନ ଚାଷ କରାଯାଇଛି । କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉପସଚ୍ଚିବ ଏହି ଅଞ୍ଚଳକୁ ଗସ୍ତ କରିଥିବା ଜଣାପଡିଛି । ଉପ ସଚ୍ଚିବଙ୍କୁ ଗ୍ରାମବାସୀ, ଚାଷୀ , ମହିଳା ଗୋଷ୍ଠୀ  ଓ ପିପିଲି ବ୍ଳକର ଆମାôର ସଭାପତି ଧରିଣୀଧର ସାହୁ  ଗ୍ରାମ ମୁଣ୍ଡରୁ ଉପସଚ୍ଚିବ ଶ୍ରମତୀ ପଟ୍ଟନାୟକଙ୍କୁ ଫୁଲତୋଡା ଦେଇ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ  । ଉପସଚ୍ଚିବ ସିଧା ସଳକ ଉପସ୍ଥିତ ଥିବା ଏବଂ ଏହି ଯୋଜନାରେ ସାମିଲ ହୋଇଥିବା ମହିଳା ଓ ପୁରୁଷ ଚାଷୀ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ  । ବିଶେଷ କରି ଧାନ ବିହନ, ଘାସମରା ଔଷଧ, ଅଣୁସାର, କୀଟନାଶକ ଔଷଧ ପାଇବାରେ କିଛି ଅସୁବିଧା ବା ଅର୍ଥ ଦେବାକୁ ପଡିଛି ବୋଲି ଚାଷୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ  । ଚାଷୀ ମାନଙ୍କ ଉତ୍ତର ଶୁଣିବା ପରେ ଉପ ସଚ୍ଚିବ ଖୁସି ହୋଇଯାଇଥିଲେ  । ଏହି କାର୍ଯ୍ୟକ୍ରମରେ ଏସ. ଚନ୍ଦ୍ର ଶେଖରରାଓ, ଉପକୃଷି ନିର୍ଦ୍ଦେଶକ ପୁରୀ, ସୁରେଶ କୁମାର ନାୟକ ଯୁଗ୍ମ ଗୁଣବତା ନିରକ୍ଷକ, ରାକେଶ କୁମାର ରାଉତ ସହକାରୀ କୃଷି ଅଧିକାରୀ ପିପିଲି, ସହଦେବ ସାହୁ କୃଷି ଅଧିଦର୍ଶକ, ଉମାକାନ୍ତ ଦଳାଇ ବିଟିଏମ, ପିତାମ୍ବର ବାରିକ ସହକାରୀ ପରିଚାଳକ, ଲୋପାମୁଦ୍ରା ବଢ଼ାଇ ଗ୍ରାମ୍ୟ କୃଷି ଅଧିକାରୀ , ସିଦେ୍ଧଶ୍ୱର ବାରିକ କୃଷକ ସାଥୀଙ୍କ ପ୍ରଚେଷ୍ଠା ଓ ଆତ୍ମାର ସଭାପତିଙ୍କ ନେତ୍ୱତୃ ଓ ପୂର୍ବତନ କୃଷି ମନ୍ତ୍ରୀ ତଥା  ବିଧାୟକ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଆତ୍ମାର ସଭାପତି ଶ୍ରୀ ସାହୁଙ୍କ ଠାରୁ ସୁଚନା ମିଳିଛି  ।
ପିପିଲିରୁ ବିଜୟ କୁମାର ମହାପାତ୍ର  
sakhigopal news
satyabadi news

Blog Archive

Popular Posts