Breaking News

ତାରସିଂ ଥାନା ପକ୍ଷରୁ ଫାଇଲେରିଆ ନିରାକରଣ ସଚେତନତା



ଭଞ୍ଜନଗର -- ତାରସିଂ ଥାନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ନେଇ ଫାଇଲେରିଆ ନିରାକରଣ  ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଫୁଲ୍ଲ କୁମାର ବଡଜେନାଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତାରସିଂ ଥାନାଧିକାରୀ ବିଜୟ କୁମାର ସ୍ବାଇଁ, ଏଏସଆଇ ଗୋପାଳ କୃଷ୍ଣ ପାଢୀ, ପ୍ରମୁଖ ଯୋଗ ଦେଇଥିଲେ । ଫାଇଲେରିଆ ରୋଗର କାରଣ ଏବଂ ନିରାକରଣ ପାଇଁ ରହିଥିବା ବିଭିନ୍ନ କାରଣ ସମ୍ପର୍କିତ ଆଲୋଚନା  ହୋଇଥିଲା । ଏଥିରୁ କିଭଳି ଭାବେ ଲୋକେ ସଚେତନ ରହିବେ ସେ ସମ୍ପର୍କରେ ଉପସ୍ଥିତ ଥିବା ଜନସାଧାରଣକୁ ଅବଗତ କରାଯାଇଥିଲା । ସେହିଭଳି 
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ  ଆସନ୍ତା ଅଗଷ୍ଟ ୧୦ ରୁ ୧୮ ପର୍ଯ୍ୟନ୍ତ ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମସ୍ତେ ଯେପରି ଔଷଧ ସେବନ ଠିକ୍ ଭାବେ କରିବେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ଲୋକଙ୍କ ପାଖରେ ଔଷଧ ସେବନ ବ୍ୟବସ୍ଥା ଓ ପରିମାଣ ଯେପରି ନିର୍ଭୁଲ ରହିବ ଏଥି ନିମନ୍ତେ ଉପଯୁକ୍ତ ତାଲିମ୍ ନିୟୋଜିତ କର୍ମଚାରୀଙ୍କୁ ଦିଆଯାଇଛି । ଏଣୁ ସମସ୍ତେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଥାନା କର୍ମଚାରୀମାନେ ସହଯୋଗ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୮/୨୦୨୪-----୮,୩୫ Sakhigopal News,8/8/2024

Blog Archive

Popular Posts