୭୮ତମ ଦେଶ ସ୍ବାଧୀନତା ପରେବି ରାସ୍ତା ଅବସ୍ଥା ଶୋଚନୀୟ
ବରଗଡ଼ --- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ପଞ୍ଚାୟତ ଅନ୍ତର୍ଗତ ନାଗପଡ଼ା ଗ୍ରାମର ମୁଖ୍ୟ ରାସ୍ତା ଏବେ ନ କହିଲେ ଭଲ । ନିଜ ଆଖିରେ ନ ଦେଖିଲେ କେହି ବିଶ୍ବାସ କରିବେ ନାହିଁ । ଏକ ସପ୍ତାହ ପରେ ଆମେ ୭୮ତମ ଦେଶ ସ୍ବାଧୀନତାର ପର୍ବ ପାଳନ କରିବୁ। ମାତ୍ର ଗ୍ରାମ ବାସୀ ମାନେ ନିଜର ମୌଳିକ ଅଧିକାର ପାଉନାହାନ୍ତି । ନାଗପଡ଼ା ୟୁ.ଜି.ଏମ.ଇ ସ୍କୁଲ ରୁ ପପଂଗା କେନାଲ ରାସ୍ତା କୁ ସଂଯୋଗ କରୁଥିବା କେନାଲ ବ୍ରିଜ୍ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଛାତ୍ର ଛାତ୍ରୀ ସ୍କୁଲ ଯିବା ସମୟରେ ସ୍କୁଲ ଭେନ୍ ତଥା ଆମ୍ବୁଲାନ୍ସ ରାସ୍ତା ରେ ଯିବାଆସିବା କଷ୍ଟକର ସୋଇପଡିଛି । ରାସ୍ତାଟି ନାଗପଡା ଗ୍ରାମ ର ମୁଖ୍ୟ ରାସ୍ତାଅଟେ। ଏ ରାସ୍ତା ପାଇଁ ଭେଡେନ ପଞ୍ଚାୟତ ସମିତି ତରଫରୁ ୨୦୧୦-୨୦୧୧ ଆର୍ଥିକ ବର୍ଷରେ ଅର୍ଥ ମଞ୍ଜୁର ହୋଇଥିଲା । ନାଗପଡ଼ା ଗ୍ରାମ ଭିତରୁ ଗାଁ କେନାଲ ବ୍ରିଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ହେଲେ ମଝିରେ ୮୦ରୁ୧୦୦ ଫୁଟ ରାସ୍ତା ଛାଡ଼ି ଦିଆଯାଇଛି । ଉକ୍ତ ୮୦ରୁ୧୦୦ ଫୁଟ ରାସ୍ତା ଏବେବି ମାଟି ରାସ୍ତା ଅଛି । ଯେଉଁ ଜାଗାରେ ବଡ଼ ବଡ଼ ଗର୍ତ୍ତ ସ୍ରୁଷ୍ଟି ହୋଇଛି । ବାକି ଥିବା ଗୋଡି ସିମେଣ୍ଟ ରାସ୍ତା ମଧ୍ୟ ଖରାପ ହୋଇସାରିଲାଣି । ସରକାରୀ ନିୟମ ଅନୁସାରେ ପ୍ରତି ୨ ବର୍ଷ ବା ୫ ବର୍ଷ ରେ ଥରେ ରାସ୍ତା ସୁରକ୍ଷା କରିବା କଥା ହେଲେ ୨୦୧୦-୨୦୧୧ ବର୍ଷ ରୁ ଆଜି ପର୍ଯ୍ୟନ୍ତ ଥରୁଟିଏ ମଧ୍ୟ କରାଯାଇ ନାହିଁ। ଖୁବଶୀଘ୍ର ରାସ୍ତା ମରାମତି କରିବା ପାଇଁ ଗ୍ରାମବାସୀମାନେ ଦାବୀ କରୁଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୮/୨୦୨୪----୫,୪୫ Sakhigopal News,8/8/2024