ସତ୍ୟବାଦୀରେ ପ୍ରଥମ ଦିନରେ ୨୨ହଜାର କୃମି ନାଶକ ବଟିକା ଖାଇଲେ ଛାତ୍ରଛାତ୍ରୀ
ସାକ୍ଷୀଗୋପାଳ---- ସତ୍ୟବାଦୀରେ ପ୍ରଥମ ଦିନରେ ୨୨ହଜାର କୃମି ନାଶକ ବଟିକା ବିଭିନ୍ନ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପିଲା ମାନଙ୍କୁ ଖୁଆଯାଇଛି ବୋଲି ସାକ୍ଷୀଗୋପାଳ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୁଚନା ମିଳିଛି । ଦେଶରୁ କୃମି ଜୀବାଣୁ ନାଶ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସପ୍ତାହ ଧରି ୧ରୁ ୧୯ ବର୍ଷର ପିଲା ମାନଙ୍କୁ ଗୋଟିଏ ଗୋଟିଏ କରି କୃମି ବଟିକା ଖାଇବା ପାଇଁ କୁହାଯାଇଛି । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସତ୍ୟବାଦୀ ଉନ୍ନତୀ ହାଇସ୍କୁଲ ପରିସରରେ କୃମି ନାଶକ ବଟିକା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସାକ୍ଷୀଗୋପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଳକ ପ୍ରୋଗ୍ରାମ ସଂଯୋଜକ ଜ୍ୟୋତି ରଞ୍ଜନ ଶତପଥି ପିଲାମାନଙ୍କୁ କୃମି ନାଶକ ବଟିକା ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ୱାସ୍ଥ୍ୟ କର୍ମୀ ସୁବାଷ ପ୍ରଧାନଙ୍କ ସହିତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବଟିକା ଖୁଆଇବା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଦ୍ୟାଳୟର ୯୯ ଜଣ ପିଲାମାନଙ୍କୁ କୃମି ନାଶକ ବଟିକା ଖୁଆଯାଇଥିଲା ବୋଲି ଶ୍ରୀ ଶତପଥି କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୮/୨୦୨୪---୭,୧୦ Sakhigopal News, 10/8/2024