ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଭୋଜିଭାତରେ ବିଜ୍ଞାନ ମେଳା ଶେଷ ; ପିଲାଙ୍କ ସ୍ଥାନରେ ମା ମାନେ ଭାଗ ନେଲେ
ସାକ୍ଷୀଗୋପାଳ ----- ଭୋଜି ଭାତରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଶେଷ ହୋଇଯାଇଛି । ସେହିପରି ବିଜ୍ଞ।।ନ ମେଳାରେ ପ୍ରକଳ୍ପ ଗୁଡିକରେ ପିଲା ମାନଙ୍କ ବଦଳରେ ସେମାନଙ୍କ ମା ମାନେ ପ୍ରକଳ୍ପ ଗୁଡିକରେ ବସିଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳ ସ୍ଥିତ ବାସୁକେରା ଗ୍ରାମରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାକୁ ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୂର୍ଯ୍ୟନାରାୟଣ ମିଶ୍ର ମା ସରସ୍ୱତୀ ଦେବୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ବିଜ୍ଞାନ ମେଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ପିଲା ମାନେ ଆମଠାରୁ ଅଧିକ ଉଚ୍ଚ ମାନର ବୈଜ୍ଞାନିକ ହେବେ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ସଭାପତି ଜୟନ୍ତ କୁମାର ତ୍ରିପାଠୀ, ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, ସଦସ୍ୟ ବାଉରୀବନ୍ଦୁ ସ୍ୱାଇଁ, ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ପରିଡା, ପ୍ରଣବ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗରୁ ୩୭୧ ଜଣ ଛାତ୍ର ଛାତ୍ରୀ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବେ ଶିକ୍ଷକ ବିଜୟ କୁମାର ପରିଡା, ମଳୟ ରଞ୍ଜନ ସେଠୀ, ସୁବୋଧ କୁମାର ସ୍ୱାଇଁ, ଦେବୀ ପ୍ରସାଦ ବରାଳ, ଦୁର୍ଗା ପ୍ରସାଦ ମିଶ୍ର ଓ ଶରତ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ସମସ୍ତ ବିଭାଗର ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରକଳ୍ପ ଗୁଡିକ ସଂକୁଳ ସ୍ତରୀୟ ବିଜ୍ଞାନ ମେଳାରେ ଭାଗ ନେବା ପାଇଁ ସ୍ଥିର କରାଯାଇଛି । ବିଜ୍ଞାନ ମେଳାର ଉଦଯାପନୀ ଊତ୍ସବରେ ଅବସର ପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାଶ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଗୁରୁଜୀ ନବୀନ କୁମାର ସେନାପତି ଅତିଥି ପରିଚୟପ୍ରଦାନ କରିଥିବା ବେଳେ ଗୁରୁମା ସୁମିତ୍ରା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୮/୨୦୨୪---୭,୧୦ Sakhigopal News, 10/8/2024